www.samajalive.in
Monday, December 15, 2025
14.1 C
Bhubaneswar

ମା’ ଆସୁଛନ୍ତି; ଏଥର ଝଲସିବ ରାଜସ୍ଥାନର ଉମେଦ ଭବନ

ଭୁବନେଶ୍ୱର: ବରମୁଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ପୂଜା ଚଳିତ ବର୍ଷ ୨୫ବର୍ଷରେ ପଦାର୍ପଣ କରିବ। ସେଥିପାଇଁ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜସ୍ଥାନର ଉମେଦ ଭବନ ତୋରଣ ନିର୍ମାଣ କରାଯାଉଛି। ପଶ୍ଚିମବଙ୍ଗର ପ୍ରାୟ ୪୦ କାରିଗର ତୋରଣ ନିର୍ମାଣରେ ଲାଗିଛନ୍ତି। ଏହି ତୋରଣର ଦୈର୍ଘ୍ୟ ୧୦୦ଫୁଟ୍‌‌ ଓ ଉଚ୍ଚତା ୮୦ଫୁଟ୍‌‌ ହେବ। ସେହିଭଳି ମା’ଙ୍କ ପ୍ରତିମା ୧୬ଫୁଟ ଓ ମେଢ ୨୦ଫୁଟ ହେବ। ଏହି ମଣ୍ଡପରେ ଷଷ୍ଠୀ ତିଥିରୁ କଳସ ଯାତ୍ରା ଓ ବେଲବରଣି କରି ପୂଜା ଆରମ୍ଭ ହେବ। ମହାସପ୍ତମୀରେ ମା’ଙ୍କ ଚକ୍ଷୁ ଦାନ, ସପ୍ତଶତୀ ଚଣ୍ଡିପାଠ ପରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିପାରିବେ। ସେହିଭଳି ମହାଷ୍ଟମୀ ଓ ମହାନବମୀରେ ମା’ଙ୍କ ସମସ୍ତ ପୂଜା ବିଧି ସହ ସନ୍ଧିପୂଜା ଓ କୁମାରୀ ପୂଜନ ହେବ। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଚୋରି, ଛିନତାଇ ରୋକିବାକୁ ମଣ୍ଡପରେ ୧୦ଟି ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁଙ୍କ ସହାୟତା ପାଇଁ ୧୦୦ଜଣ ସ୍ୱେଚ୍ଛାସେବୀ ସହଯୋଗ କରିବେ। ଚଳିତ ବର୍ଷ ପୂଜାରେ ରାବଣ ପୋଡି ଓ ମୀନା ବଜାର ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories