www.samajalive.in
Friday, December 5, 2025
20.1 C
Bhubaneswar

କଲକାତା ପୂଜା ମଣ୍ଡପରେ ବଳାତ୍କାର ପୀଡ଼ିତା ଡାକ୍ତରଙ୍କ ପ୍ରତୀକାତ୍ମକ ମୂର୍ତ୍ତି

କଲକାତା : ସ୍ଥାନୀୟ ଆରଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ଜାରି ରହିଛି। ଏହି ଘଟଣା ପରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର ସଂଘ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟପଟେ କଲକାତାର ପ୍ରସିଦ୍ଧ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନାର୍କେଲଡାଙ୍ଗାସ୍ଥିତ ଏକ ପୂଜା ମଣ୍ଡପରେ ଏହି ବଳାତ୍କାର ପୀଡିତାଙ୍କ ପ୍ରତୀକ ସ୍ଥାନ ପାଇଛି। ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା ମା’ ଦୁର୍ଗାଙ୍କ ମୂର୍ତ୍ତି ଭିନ୍ନ ଏକ ମୁଦ୍ରାରେ ରହିଛନ୍ତି। ମା’ ଦୁର୍ଗା ତାଙ୍କ ମୁହଁକୁ ଦୁଇ ହାତରେ ଅଧା ଘୋଡାଇ ରଖିଛନ୍ତି। ମା’ଙ୍କର ହାତରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ କି ତାଙ୍କ ପାଦ ତଳେ ମହିଷାସୁରକୁ ବଦ୍ଧର ଦୃଶ୍ୟ ନାହିଁ। ମା’ଙ୍କ ଆଗରେ ବଳାତ୍କାର ପୀଡିତାଙ୍କ ପ୍ରତିକାତ୍ମକ ମୃତଦେହ ଧଳା କପଡାରେ ଘୋଡାଇ ହେବା ଅବସ୍ଥାରେ ପଡିରହିଛି। ସେହିପରି ମା’ଙ୍କ ବାହନ ସିଂହ ତାର ମୁଣ୍ଡ ତଳକୁ କରି ରହିଛି। ମା’ଙ୍କ ମୂର୍ତ୍ତି ନିକଟରେ ଡାକ୍ତରଙ୍କ ଏକ କୋଟ୍‌ ସହିତ ଷ୍ଟେଥୋସ୍କୋପ୍‌ ଝୁଲା ଯାଇଛି। ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦ ସ୍ବରପ ପୂଜା ମଣ୍ଡପରେ ଏପରି ମୂର୍ତ୍ତି ସ୍ଥାପନ କରାଯାଇଛି। ପୂଜା ମଣ୍ଡପର ପ୍ରତିଷ୍ଠାତା ହେଉଛନ୍ତି ବିଶ୍ବଜିତ୍ ସରକାର। ବିଶ୍ବଜିତ୍ ହେଉଛନ୍ତି ବିଜେପି ନେତା ଅଭିଜିତ୍‌ ସରକାରଙ୍କ ଭାଇ। ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଭିଜିତ୍ ପ୍ରାଣ ହରାଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories