www.samajalive.in
Sunday, December 14, 2025
26.1 C
Bhubaneswar

କୁମାରସ୍ବାମୀଙ୍କ ବିରୋଧରେ ଏତଲା; ବ୍ୟବସାୟୀଙ୍କୁ ୫୦ କୋଟି ବଟି ମାଗିବା ଅଭିଯୋଗ

ବେଙ୍ଗାଲୁରୁ: ଦାଦାବଟି ଏବଂ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ଇତିମଧ୍ୟରେ ଜେଡିଏସ ନେତା ତଥା କେନ୍ଦ୍ରମନ୍ତ୍ରୀ ଏଚ.ଡି.କୁମାରସ୍ବାମୀଙ୍କ ସମେତ ପୂର୍ବତନ ଜେଡିଏସ୍‌ ବିଧାୟକ ରମେଶ ଗୌଡାଙ୍କ ବିରୋଧରେ ଏତଲା ଦାଏର କରିଥିବା ଜଣାପଡିଛି। ବିଜୟ ଟାଟା ନାମକ ଜଣେ ରିଏଲ ଇଷ୍ଟେଟ ବ୍ୟବସାୟୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଚନ୍ନାପାଟଣା ଉପନିର୍ବାଚନ ପାଇଁ ୫୦ କୋଟି ଟଙ୍କା ଚାନ୍ଦା ଦେବାକୁ କୁମାରସ୍ବାମୀ ଓ ଗୌଡା ତାଙ୍କ ଉପରେ ଚାପ ପକାଇବା ସହ ନିର୍ଦେଶ ଅମାନ୍ୟ କଲେ ପରିଣତି ଭୟାବହ ହେବ ବୋଲି ଧମକ ମଧ୍ୟ ଦେଇଥିଲେ। ଅଗଷ୍ଟ ୨୪ରେ ଗୌଡା ତାଙ୍କ ବାସଭବନକୁ ଯାଇ ଏହି ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ନିଖିଲ କୁମାରସ୍ବାମୀଙ୍କ (କୁମାରସ୍ବାମୀଙ୍କ ପୁଅ) ପ୍ରଚାର ଉଦ୍ଦେଶ୍ୟରେ ୫୦ କୋଟି ଟଙ୍କା ଚାନ୍ଦା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ କୁମାରସ୍ବାମୀ ବ୍ୟକ୍ତିଗତଭାବେ ବିଜୟଙ୍କୁ ଚାନ୍ଦା ମାଗିବା ସହ ନିଖିଲଙ୍କୁ ସମର୍ଥନ ଜଣାଇବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏତେ ପରିମାଣର ଚାନ୍ଦା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ କୁମାରସ୍ବାମୀ ଧମକ ଦେଇଥିଲେ ଯେ ବେଙ୍ଗାଲୁରୁରେ ଥିବା ବିଜୟଙ୍କ ରିଏଲ ଇଷ୍ଟେଟ କାର୍ଯ୍ୟାଳୟ ଉପରେ ଚଢଉ କରାଯିବ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories