www.samajalive.in
Saturday, December 6, 2025
16.1 C
Bhubaneswar

କୁମାରସ୍ବାମୀଙ୍କ ବିରୋଧରେ ଏତଲା; ବ୍ୟବସାୟୀଙ୍କୁ ୫୦ କୋଟି ବଟି ମାଗିବା ଅଭିଯୋଗ

ବେଙ୍ଗାଲୁରୁ: ଦାଦାବଟି ଏବଂ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ଇତିମଧ୍ୟରେ ଜେଡିଏସ ନେତା ତଥା କେନ୍ଦ୍ରମନ୍ତ୍ରୀ ଏଚ.ଡି.କୁମାରସ୍ବାମୀଙ୍କ ସମେତ ପୂର୍ବତନ ଜେଡିଏସ୍‌ ବିଧାୟକ ରମେଶ ଗୌଡାଙ୍କ ବିରୋଧରେ ଏତଲା ଦାଏର କରିଥିବା ଜଣାପଡିଛି। ବିଜୟ ଟାଟା ନାମକ ଜଣେ ରିଏଲ ଇଷ୍ଟେଟ ବ୍ୟବସାୟୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଚନ୍ନାପାଟଣା ଉପନିର୍ବାଚନ ପାଇଁ ୫୦ କୋଟି ଟଙ୍କା ଚାନ୍ଦା ଦେବାକୁ କୁମାରସ୍ବାମୀ ଓ ଗୌଡା ତାଙ୍କ ଉପରେ ଚାପ ପକାଇବା ସହ ନିର୍ଦେଶ ଅମାନ୍ୟ କଲେ ପରିଣତି ଭୟାବହ ହେବ ବୋଲି ଧମକ ମଧ୍ୟ ଦେଇଥିଲେ। ଅଗଷ୍ଟ ୨୪ରେ ଗୌଡା ତାଙ୍କ ବାସଭବନକୁ ଯାଇ ଏହି ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ନିଖିଲ କୁମାରସ୍ବାମୀଙ୍କ (କୁମାରସ୍ବାମୀଙ୍କ ପୁଅ) ପ୍ରଚାର ଉଦ୍ଦେଶ୍ୟରେ ୫୦ କୋଟି ଟଙ୍କା ଚାନ୍ଦା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ କୁମାରସ୍ବାମୀ ବ୍ୟକ୍ତିଗତଭାବେ ବିଜୟଙ୍କୁ ଚାନ୍ଦା ମାଗିବା ସହ ନିଖିଲଙ୍କୁ ସମର୍ଥନ ଜଣାଇବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏତେ ପରିମାଣର ଚାନ୍ଦା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ କୁମାରସ୍ବାମୀ ଧମକ ଦେଇଥିଲେ ଯେ ବେଙ୍ଗାଲୁରୁରେ ଥିବା ବିଜୟଙ୍କ ରିଏଲ ଇଷ୍ଟେଟ କାର୍ଯ୍ୟାଳୟ ଉପରେ ଚଢଉ କରାଯିବ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories