www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରାଥମିକ କୃଷି ସେବା ସମବାୟ ସମିତିର ମୁଖ୍ୟ ପରିଚାଳକ ଓ ଡିଇଓମାନଙ୍କୁ ପ୍ରଶିକ୍ଷଣ

ବାଙ୍କୀ: ରାଜ୍ୟ ସରକାରଙ୍କ ସମବାୟ ବିଭାଗ ନିର୍ଦ୍ଦେଶକ୍ରମେ ସମସ୍ତ ପ୍ରାଥମିକ କୃଷି ସେବା ସମବାୟ ସମିତିର ମୁଖ୍ୟ ପରିଚାଳକ ଓ ଡିଇଓମାନଙ୍କୁ ସେବା ସମବାୟ ସମିତିର ଅନଲାଇନ ମାଧ୍ୟମରେ ଗ୍ରାହକ ସେବା ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଅନଲାଇନ କମ୍ପ୍ୟୁଟର ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ସଞ୍ଚାଳିତ ୪୮ଗୋଟି ସେବା ସମବାୟ ସମିତିର ମୁଖ୍ୟ ପରିଚାଳକ ଓ ଡିଇଓମାନଙ୍କୁ ସୋମବାର ଦିନ ସ୍ଥାନୀୟ ଘାସିପୁଟ୍ଟ ଆରଏମସି ପରିସରରେ ଏକଦିବସୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଚର୍ଚ୍ଚିକା ଶାଖା ପରିଚାଳକ ଚିତରଞ୍ଜନ ସାମନ୍ତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଏଆରସିଏସ ଜ୍ୟୋତିରଞ୍ଜନ ସେଠୀ, ଏସଆରସିଏସ୍‍ ସରୋଜ ଜେନା, ଚର୍ଚ୍ଚିକା ଶାଖା ପରିଚାଳକ ସୁଚିସ୍ମିତା ପଣ୍ଡା ଏବଂ ସିଦ୍ଧାର୍ଥ ବଳିୟାରସିଂ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅଜୟ ରାଉତ ଉପସ୍ଥିତ ଥିଲେ। ପ୍ରଶିକ୍ଷକ ବିକ୍ରମ ସାହୁ କିଭଳି ଭାବରେ ସେବା ସମବାୟ ସମିତିରେ କଂପ୍ୟୁଟରୀକରଣ ବ୍ୟବସ୍ଥା ସୁଦୃଢ ହେବ ଏବଂ ଅନଲାଇନର ସମସ୍ତ କାର୍ଯ୍ୟ ସୁଗମ ଏବଂ ସହଜରେ ପରିଚାଳନା କରାଯାଇ ଗ୍ରାହାକ ସେବା ସନ୍ତୋଷ ଜନକ ହୋଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଉପସ୍ଥିତ ଶିବିରାର୍ଥୀମାନେ ଗୁରୁତ୍ୱର ସହ ପ୍ରଶିକ୍ଷଣକୁ ଗ୍ରହଣ କରିଥିବା ସମ୍ପର୍କରେ ଶ୍ରୀ ସାମନ୍ତରାୟ ସୂଚନା ଦେଇ ଶିବିରରେ ଯୋଗଦାନ କରିଥିବା ଶିବିରାର୍ଥୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories