ମିଶନ୍ ଶକ୍ତି ପକ୍ଷରୁ ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ
ବାଙ୍କୀ: ମଙ୍ଗଳବାର ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବାଙ୍କୀ ବ୍ଲକର ୧୧ଗୋଟି ପଞ୍ଚାୟତରେ କାର୍ଯ୍ୟରତ ସିଆରପି, ଏମବିକେ ଏବଂ ବ୍ୟାଙ୍କ ମିତ୍ରଙ୍କୁ ବାଙ୍କୀ ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଯୋଗଦେଇ ଅଂଚଳର ଆର୍ଥିକ ବିକାଶରେ ମିଶନ୍ ଶକ୍ତି ମା ମାନଙ୍କର ଭୂମିକା,ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରି ୧୦୪ ଜଣ ସି.ଆର.ପି, ୧୧ଜଣ ଏମ.ବି.କେ ଓ ୭ଜଣ ବ୍ୟାଙ୍କ ମିତ୍ରଙ୍କୁ ମୋବାଇଲ କିଣିବା ପାଇଁ ୫ହଜାର ଟଙ୍କା,ଡ୍ରେସ୍ ପାଇଁ ୧ହଜାର ଟଙ୍କା ଏବଂ ଗସ୍ତ ଖର୍ଚ୍ଚ ପାଇଁ ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ ଭଟ୍ଟଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମୃତୀମୟୀ ଜେନା,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୂଚିସ୍ମିତା ନାୟକ,ବାଙ୍କୀ ବ୍ଲକ ଜୀବିକା ମିଶନ୍ କାର୍ଯ୍ୟକ୍ରମ ଅଧିକାରୀ ସଂଘମିତ୍ରା ପ୍ରଧାନ,ବ୍ଲକ ପ୍ରକଳ୍ପ ସଂଯୋଜିକା ଲିଲି ବେହେରା,ବ୍ଲକ କାର୍ଯ୍ୟକ୍ରମ ଆକାଉଣ୍ଟଟାଣ୍ଟ ପ୍ରଦ୍ୟୁମ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମିଶନ୍ ଶକ୍ତି ଜରିଆରେ ମହିଳା ମାନେ ଭିତ୍ତିଭୂମୀର ବିକାଶ,କୃଷି,ସମବାୟ,ମତ୍ସ୍ୟ ଓ ପଶୁ ପାଳନ କ୍ଷେତ୍ରରେ ଗୁରୁତ୍ୱ ବହନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ ହାତକୁ ନେଇଥିବା ସମ୍ପର୍କରେ ବିଧାୟକ ଉପସ୍ଥିତ ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ନିଜ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ଓ ସ୍ୱତନ୍ତ୍ର ବଜାର ସୁବିଧା ପାଇବା ଦିଗରେ ମିଶନ୍ ଶକ୍ତି ଗୁରୁତ୍ୱ ପଦକ୍ଷେପ ନେଉଥିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ସୂଚନା ଅନୁଯାଇ ଏବେ ଠାରୁ ସି.ଆର.ପି ନିଜର ମାସିକ ବର୍ଦ୍ଧିତ ଦରମା ୩,୧୦୦ ଟଙ୍କା, ଏମବିକେ ଓ ବ୍ୟାଙ୍କ ମିତ୍ର ମାନେ ୬,୦୦୦ ପରିବର୍ତ୍ତେ ୭,୫୦୦ ଟଙ୍କା ଲେଖାଁଏ ପାଇବେ ବୋଲି ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ୧୧ଟି ଗ୍ରାମ ପଞ୍ଚାୟତର ମୋଟ୍ ୧୨୨ ଜଣଙ୍କୁ ୮,୪୭,୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ସିଆରପି, ଏମ.ବି.କେ ଏବଂ ବ୍ୟାଙ୍କ ମିତ୍ର ମାନେ ପ୍ରୋତ୍ସାହନ ରାଶି ପାଇବା ସହ ବର୍ଦ୍ଧିତ ଦରମା ପାଇବାର ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ରାଜ୍ୟ ସରକାର ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇ ଖୁସି ପ୍ରକାଶ କରିଛନ୍ତି।
Comments are closed.