ପିଇବା ପାଣି ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ଼ ଅଧିନ ସୁବର୍ଣ୍ଣପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇ ନିୟମିତ ପାନୀୟ ପାଇପ୍‍ ଜଳ ଯୋଗାଣ ପାଇ ଦାବି ଜଣାଇଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ, ସୁବର୍ଣ୍ଣପୁର ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ, ସରଣ୍ଡା ଉଚ୍ଚ ବିଦ୍ୟାପୀଠ, ସ୍ଥାନୀୟ ଫାଣ୍ଡି ଏବଂ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରାଯାଇଥିବା ପାଇପ୍‍ ଜଳ ଦୀର୍ଘ ୧ ମାସ ଧରି ଅକାମୀ ହୋଇଥିବା ଯୋଗୁ ଶୁଦ୍ଧ ପାନୀୟ ଜଳ ପାଇଁ ଛାତ୍ରଛାତ୍ରୀ, ଗୋଷ୍ଠୀ ଓ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ଭୋଗୁଥିଲେ। ଗତ ବନ୍ୟା ସ୍ଥିତିରେ ସାଧାରଣ ପ୍ରତିକ୍ରିୟା ପ୍ରକାଶ ନକରି ଖୁବଶୀଘ୍ର ପଞ୍ଚାୟତ ପାନୀୟ ଜଳ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲେ। ସୋମବାର ଦିନ ମହାବିଦ୍ୟାଳୟ ଖୋଲିବା ପରେ ପାନୀୟ ଜଳ ବ୍ୟବସ୍ଥା ସ୍ୱାଭାବିକ ହୋଇନଥିବାରୁ ଶତାଧିକ ଛାତ୍ରଛାତ୍ରୀ ସମନ୍ତରାପୁର(ସୁବର୍ଣ୍ଣପୁର) ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ସ୍ଥାନୀୟ ସରପଞ୍ଚ ହିରଣ୍ୟମୟୀ ଦଳାଇ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ ପଞ୍ଚାୟତ କାର୍ଯ୍ୟାଳୟରେ ପହଂଚି ୩ଦିନ ମଧ୍ୟରେ ଖରାପଥିବା ପାଇପ୍‍ ପଏଣ୍ଟକୁ ମରାମତି କରାଯାଇ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ୱାଭାବିକ କରିବାର ପ୍ରତିଶୃତି ଦେବା ପରେ ଧାରଣାକାରୀ ଛାତ୍ରଛାତ୍ରୀମାନେ ପ୍ରତ୍ୟାହୃତ ହୋଇଥିଲେ। ୩ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ୟାଙ୍କର ଯୋଗେ ମହାବିଦ୍ୟାଳୟକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି।

prayash

ସୂଚନାଯୋଗ୍ୟ ଯେ, ପରିସର ମଧ୍ୟରେ ଥିବା ନଳକୂଅର ଜଳ ଲୁହାଳିଆ ଏବଂ ବ୍ୟବହାରଯୋଗ୍ୟ ନଥିବାରୁ ଏହି ୧ମାସ ଜଟିଳ ସମସ୍ୟାରେ ବିଦ୍ୟାର୍ଥି ପଡ଼ିଥିବା କହିଛନ୍ତି।

kalyan agarbati

Comments are closed.