ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବାଙ୍କୀ: ଶୁକ୍ରବାର ଦିନ ସ୍ଥାନୀୟ କୁଶପଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ଓ କଟକ ମର୍ଡନ ଆଇକେୟାର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ନରେଶ କୁମାର ବେଉରାଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ଡାକ୍ତର ଡଲ୍ ବରାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରିଥିଲେ। ସମାଜସେବୀ ଅଜୟ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୁଶପଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୭୦ଜଣ ରୋଗୀଙ୍କର ଚକ୍ଷୁ ଚିକିତ୍ସା କରାଯାଇଥିଲା ବେଳେ ସେଥିମଧ୍ୟରୁ ୧୫ଜଣ ରୋଗୀଙ୍କର ଚକ୍ଷୁ ମୋତିଆବିନ୍ଦୁ ହୋଇଥିବା ଚିହ୍ନଟ କରାଯାଇଛି। ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ ରୋଗୀ ମାନଙ୍କୁ ମର୍ଡନ ଆଇକେୟାର ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ କଟକ ନିଆଯାଇଛି। ମାଗଣାରେ ସେମାନଙ୍କର ଅସ୍ତ୍ରୋପ୍ରଚାର କରାଯିବା ସମ୍ପର୍କରେ ସୂଚନା ମିଳିଛି। ଶନିବାର ଦିନ କଟକ ଠାରେ ଅସ୍ତ୍ରୋପ୍ରଚାର କରାଯିବ।

kalyan agarbati

Comments are closed.