www.samajalive.in
Sunday, December 7, 2025
14.1 C
Bhubaneswar

ବ୍ଲକ ସ୍ତରରେ ନିର୍ବାଚନ ପାଇଁ ବାଲାଟ୍ ପେପର ପ୍ରସ୍ତୁତି ତ୍ୱରାନ୍ୱିତ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକରେ ଫେବୃୟାରୀ ୨୨ ଏବଂ ବାଙ୍କୀ ବ୍ଲକରେ ଫେବୃୟାରୀ ୨୪ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଅଛି। ଏଥିପାଇଁ ବୁଥ୍ ସ୍ତରର ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ଉଭୟ ବ୍ଲକ ପ୍ରଶାସନ ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ ବାଲାଟ୍ ପେପର ପହଞ୍ଚିଲା ପରେ ଶୁକ୍ରବାର ଦିନ ଦାୟିତ୍ୱରେ ଥିବା ପଦାଧିକାରୀ ମାନଙ୍କ ଦ୍ୱାରା ବୁଥ୍ ସ୍ତରୀୟ ବାଲାଟ୍ ପେପରକୁ ପ୍ରସ୍ତୁତ କରି ଚୂଡାନ୍ତ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଡମପଡା ବ୍ଲକ ବିଡିଓ  ଏବଂ ବାଙ୍କୀ ବ୍ଲକ ବିଡିଓଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସଞ୍ଚାଳିତ ହେଉଛି। ସୂଚନା ଅନୁଯାୟୀ ଡମପଡା ବ୍ଲକର ୨୬୨ଟି ବୁଥ୍ ଏବଂ ବାଙ୍କୀ ବ୍ଲକର ୩୩୩ ବୁଥ୍  ରେ ଯଥାକ୍ରମେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ଉଭୟ ବ୍ଲକର ସମ୍ବେଦନଶୀଳ ବୁଥ୍ ଏବଂ ଅତି ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡିକୁ ଚିହ୍ନଟ କରାଯାଇଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବା ପାଇଁ ବାଙ୍କୀ ପୁଲିସଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇଛି। ଚଳିତ ନିର୍ବାଚନରେ ବାଙ୍କୀ ବ୍ଲକର ୨୦ଟି ପଞ୍ଚାୟତରେ ୯୧ହଜାର ୮୧୧ଜଣ ଭୋଟର ଏବଂ ଡମପଡା ବ୍ଲକର ୧୭ଟି ପଞ୍ଚାୟତରେ ୭୬ହଜାର ୮୭୩ଜଣ କରି ସର୍ବମୋଟ ୧ଲକ୍ଷ ୬୮ହଜାର ୬୮୪ଜଣ ମତଦାତା ନିଜର ପ୍ରାର୍ଥୀ ଚୟନର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories