ଶୁକ୍ରବାର ରାଶିଫଳ: ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବା ସହ ପରିବାରରେ ଅଶାନ୍ତି, ଜଗି ରଖି ଚଳନ୍ତୁ ଏହି ରାଶିର ଲୋକେ

ମେଷ- ଲୋକନାୟକଭାବେ ଜନସାଧାରଣଙ୍କ ହିତାକାଂକ୍ଷୀ ହେବେ। ଶ୍ରମ ଯେତେ କଠିନ ହେଉନା କାହିଁକି ସତେଜ ରହିବେ। ଧାର୍ମିକ ପ୍ରବର ହେବେ। ଜନବଲ୍ଲଭ ହେବେ। ପୁତ୍ର ଗୁଣଜ୍ଞ ହେବେ।

ବୃଷ- ପିତାମାତା ଓ ପରିବାରବର୍ଗଙ୍କ ପ୍ରାଣାଧିକ ହେବେ। ସୁକୁମାର ରୂପସମ୍ପନ୍ନ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବାରେ ସକ୍ଷମ ହେବେ। ସଦା ସମୃଦ୍ଧ ଓ ଅଳ୍ପକେ ସନ୍ତୁଷ୍ଟ ହେବେ। ସୁସ୍ଥ ରହିବେ।

ମିଥୁନ- କାମଳ ହୃଦୟ ସମ୍ପନ୍ନ ହେଲେ ବି ହିତ, ଉପଦେଶରେ କଠୋର ବାକ୍ୟ ବ୍ୟବହାର କରିପାରନ୍ତି। ଆର୍ଥିକ ଅସୁବିଧା ଥିଲେ ବି କାହା ନିକଟରେ ହାତ ପତାଇବେ ନାହିଁ। ସ୍ବାର୍ଥନ୍ବେଷୀ ବନ୍ଧୁ ଆଡ଼ ହୋଇଯିବେ।

କର୍କଟ- ଅକ୍ଳେଶରେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଧନ ବୃଦ୍ଧି ପର୍ଯ୍ୟାପ୍ତ ପରିମାଣର ହେବ। ଜଣେ ମହାମାନବର ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ଅତି ଉଚ୍ଚ ଆସନରେ ଆସୀନ ହୋଇପାରନ୍ତି।

ସିଂହ- ଜଣେ ବିବେକୀ ବ୍ୟକ୍ତିଭାବେ ସତ୍‌ମାର୍ଗରେ ଗତି କରିବା ପାଇଁ ସର୍ବଦା ଚେଷ୍ଟା ଜାରି ରଖିବେ। ନର ପ୍ରଧାନ ଭାବେ ସମାଜ ସଂସ୍କାରକ ହେବେ। ସନ୍ମାର୍ଗର ସୁଖ ଅନୁଭବ କରିବେ। କର୍ମଠ ହୋଇପାରନ୍ତି।

କନ୍ୟା- ସତ୍‌କର୍ମରେ ପରିଚାଳିତ ହୋଇ ଶତ୍ରୁମାନଙ୍କର ପ୍ରଣମ୍ୟ ହୋଇପାରନ୍ତି। ଆପଣଙ୍କ ବକ୍ତବ୍ୟ ମଧୁର ଓ ଉପଦେଶାତ୍ମକ ହେବ। ଶୌର୍ଯ୍ୟଶାଳୀ ହେବେ। ଉପକାରୀଙ୍କ ନିକଟରେ କୃତଜ୍ଞ ହେବେ। ବୁଦ୍ଧିମାନ୍‌ ହେବେ।

ତୁଳା- ଅଭାବ ଲାଗି ରହିଥିଲେ ବି ଧାରକରଜ କରି କାମ ତୁଲାଇବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି।

ବିଛା- ଶାସ୍ତ୍ରଗୁଡ଼ିକ ପ୍ରତି ଅନୁରକ୍ତି ରହିବ। ବହୁ ବ୍ୟକ୍ତିବିଶେଷଙ୍କ ସହିତ ମିତ୍ରତା ବନ୍ଧନରେ ବାନ୍ଧି ହୋଇପାରନ୍ତି। ମନୋଜ୍ଞ ହେବେ। ଜ୍ଞାନ, ଗରିମାଯୁକ୍ତ ହୋଇପାରନ୍ତି। ନିଜ କର୍ମକ୍ଷେତ୍ରରେ ରାଜପୂଜ୍ୟ ହେବେ।

ଧନୁ- ଅସ୍ତ୍ରଶସ୍ତ୍ର, ଶାରୀରିକ ଶକ୍ତି, କୂଟ-କପଟ କିଛି ପ୍ରୟୋଗ ନକରି କେବଳ ଆଚାର ବ୍ୟବହାରରେ ଶତ୍ରୁକୁ ପଦାନତ କରିପାରନ୍ତି। ସ୍ନେହ, ମମତା ସହିତ ଶାସନ ଡୋରୀ ଥିବା ହାତମୁଠାକୁ ଟାଣ କରିପାରନ୍ତି।

ମକର- ନିସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭୂତା ବିସ୍ତାର କରିବେ। ଶାସ୍ତ୍ର ବିଚକ୍ଷଣ ହେବେ। ଜପତପ ଭଳି ନ୍ୟସ୍ତ ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ। ସୁସ୍ଥ ରହିବେ।

କୁମ୍ଭ- ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତିଭାବେ ଆପଣଙ୍କ ବକ୍ତବ୍ୟ ଓ ଉପଦେଶ ମୂଲ୍ୟବାନ୍‌ ହେବ। ସର୍ବୋଚ୍ଚ ଆସନରେ ଆସୀନ ହେବାର ସୂଚନା ମିଳୁଛି। କୃପାକାରୀଙ୍କ କୃପାଭାଜନ ହେବେ। ଦେବ ଦର୍ଶନ କରିବେ।

ମୀନ- ବିଳାସ ବ୍ୟସନକୁ ଅଗ୍ରାଧିକାର ଦେଲେ ଅଭାବ ଜନିତ ଦୁଃଖ ଅନୁଭବ କରିବେ। ବେଳେବେଳେ ଧୈର୍ଯ୍ୟହରା ହୋଇପାରନ୍ତି। କୁଟିଳ ସ୍ବଭାବକୁ ବିସର୍ଜନ ଦେବେ। ନିଜ ଅଞ୍ଚଳରେ ସମସ୍ତଙ୍କ ପ୍ରିୟପାତ୍ର ହେବେ।

Comments are closed.