www.samajalive.in
Friday, December 5, 2025
20.1 C
Bhubaneswar

ବ୍ୟବସାୟରେ ବି ହିଟ୍‌ ଗୋବିନ୍ଦା, ବାର୍ଷିକ ଆୟ କୋଟି କୋଟି

ମୁମ୍ବଇ: ବଲିଉଡ଼ ଅଭିନେତା ଗୋବିନ୍ଦା ଘରେ ଘରେ ପରିଚିତ। ନିଜ ଦମ୍‌ଦାର ଅଭିନୟ ଦ୍ଵାରା ସେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଛନ୍ତି। ହିନ୍ଦୀ ସହ ବିଭିନ୍ନ ଭାଷାଭାଷୀ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ନିଜ ନୃତ୍ୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। କିନ୍ତୁ ଏବେ ସେ ଫିଲ୍ମ ଛାଡ଼ି ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଗୋବିନ୍ଦାଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ। ବିନା ଚଳଚ୍ଚିତ୍ରରେ ମଧ୍ୟ ସେ ବର୍ଷକୁ କୋଟି କୋଟି ଟଙ୍କା ଆୟ କରନ୍ତି। ଗୋବିନ୍ଦା ବଲିଉଡ଼ର ଧନୀ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ।

ମିଳିଥିବା ସୂଚନା ମୁତାବକ, ଗୋବନ୍ଦାଙ୍କର ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ୩ଟି ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ସେଥି ମଧ୍ୟରୁ ଗୋଟିଏ ବଙ୍ଗଳା ମଡ୍‌ ଆଇଲାଣ୍ଡରେ ରହିଛି ଏବଂ ଆଉ ଏକ ବଙ୍ଗଳା ଜୁହୁରେ ରହିଛି, ଯେଉଁଠାରେ ସେ ତାଙ୍କ ପରିବାର ସହ ବାସ କରନ୍ତି। ଏହା ବ୍ୟତୀତ ସେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଅନେକ ନିବେଶ କରିଛନ୍ତି। ଗୋବିନ୍ଦା ପ୍ରାୟ ୧୫୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ।

- Advertisement -

ଗୋବିନ୍ଦା ବ୍ରାଣ୍ଡ ପ୍ରଚାର ପ୍ରସାରରେ ମଧ୍ୟ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିଥାଆନ୍ତି। ଏହା ବ୍ୟତୀତ ରିଅଲ୍‌ ଇଷ୍ଟେଟ୍‌ରୁ ମଧ୍ୟ ସେ ଭଲ ଆୟ କରନ୍ତି। ଗୋବିନ୍ଦା ବର୍ଷକୁ ପ୍ରାୟ ୧୬ କୋଟି ଟଙ୍କା ଆୟ କରନ୍ତି। ଗୋବିନ୍ଦାଙ୍କର ବିଭିନ୍ନ ବ୍ୟବସାୟ ଅଛି, ଯେଉଁଥିରୁ ସେ କୋଟି କୋଟି ଟଙ୍କା ଆୟ କରିଥା’ନ୍ତି। ତେବେ ଅଭିନେତାଙ୍କ ବ୍ୟବସାୟ ବିଷୟରେ ଗଣମାଧ୍ୟମ ପାଖରେ ଅଧିକ ସୂଚନା ନାହିଁ। ଏହା ବ୍ୟତୀତ ଅନେକ ରିଆଲିଟି ଶୋ’ରେ ମଧ୍ୟ ସେ ଅତିଥି ଭାବେ ନଜର ଆସନ୍ତି। ରିଆଲିଟି ଶୋ’ରୁ ମଧ୍ୟ ସେ କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories