www.samajalive.in
Friday, December 5, 2025
26.1 C
Bhubaneswar

କେଜ୍ରିୱାଲଙ୍କ ଜାମିନକୁ ନେଇ ଇଣ୍ଡିଆ ବ୍ଲକ ସଦସ୍ୟଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେବା ପରେ ଏହାକୁ ନେଇ ଇଣ୍ଡିଆ ବ୍ଲକ ଦୁଇଭାଗରେ ବିଭକ୍ତ ହୋଇଛି। ନିର୍ବାଚନୀ ପ୍ରଚାର ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରି ଜୁନ ୧ ପର୍ଯ୍ୟନ୍ତ ଜାମିନ ଦେଇଥିବାରୁ ଇଣ୍ଡିଆ ବ୍ଲକର ବହୁ ସଦସ୍ୟ ସ୍ବାଗତ କରିଛନ୍ତି। କିନ୍ତୁ ଅନ୍ୟତମ ସଦସ୍ୟ ତଥା କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତ କେଜ୍ରିୱାଲଙ୍କ ଜାମିନକୁ ନେଇ ପ୍ରଶ୍ନ କରିଛନ୍ତି।

ସନ୍ଦୀପ ଚିନ୍ତା ପ୍ରକଟ କରି କହିଛନ୍ତି, ଏପରି କୋହଳତା ସମସ୍ତଙ୍କ ପାଇଁ ଲାଗୁ ହେବା ଉଚିତ। ଯଦି କେଜ୍ରିୱାଲଙ୍କୁ ଜାମିନ ଦିଆଯାଇପାରୁଛି, ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବି ଜାମିନ ଦିଆଯିବା ଉଚିତ। ଏହି ନିୟମ ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରାଯିବା ଉଚିତ। କେବଳ କେଜ୍ରିୱାଲ କାହିଁକି ? ହେମନ୍ତ ସୋରେନଙ୍କୁ ବି ଜାମିନ ଦିଆଯିବା ଉଚିତ।

- Advertisement -

ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ ସନ୍ଦୀପ ରାଜନେତାଙ୍କୁ ଜେଲରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଟକ ରଖାଯିବାକୁ ସମାଲୋଚନା କରିଥିଲେ। ଏହା ଅନ୍ୟାୟ ବୋଲି ସେ କହିଛନ୍ତି। ଜାମିନ ଦେବା କ୍ଷେତ୍ରରେ ଏପରି ବିଭେଦ କରିବା ଅନୁଚିତ। ଯଦି ଜଣେ ନେତାଙ୍କୁ ଜାମିନ ଦିଆଯାଉଛି, ତା’ହେଲେ ଅନ୍ୟ ଜଣେ ନେତାଙ୍କୁ ବି ସମାନ ନ୍ୟାୟ ମିଳିବା ଉଚିତ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories