www.samajalive.in
Saturday, December 6, 2025
15.1 C
Bhubaneswar

କେମିକାଲ କାରଖାନା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବାଙ୍କୀ : ଡମପଡା ତହସିଲ ଅନ୍ତର୍ଗତ ବାଆଁରା ପଞ୍ଚାୟତର ନୂଆସାହି ଅଞ୍ଚଳରେ ଏକ କେମିକାଲ କାରଖାନା ନିର୍ମାଣ କାର୍ଯ୍ୟକୁ ପଞ୍ଚାୟତ ବାସୀ ଘୋର ବିରୋଧ କରି ଆସୁଛନ୍ତି। କାରଖାନାର ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ ବେଳେ ସ୍ଥାନୀୟ ଅଞ୍ଚଳବାସୀ ଘୋର ବିରୋଧ କରୁଥିବା ବେଳେ ଗତ ଶନିବାର ଦିନ ଡମପଡା ପ୍ରଶାସନ ଓ ବାଙ୍କୀ ପୁଲିସ ସହିତ ଜନସାଧାରଣ ମୁହାଁ ମୁହିଁ ହୋଇଥିଲେ। ଗ୍ରାମବାସୀଙ୍କର ଅଭିଯୋଗ କ୍ରମରେ ଏଠାରେ କାରଖାନା ନିର୍ମାଣ ହେଲେ ଶହ ଶହ ହେକ୍ଟର ଚାଷ ଜମି କ୍ଷତି ହେବା ସହିତ ରାସାୟନିକ ପ୍ରକ୍ରିୟାର ପ୍ରଭାବ ଅଞ୍ଚଳବାସୀଙ୍କ ପ୍ରଭାବ ଉପରେ ପଡିବା ଆଶଙ୍କା କରି ପ୍ରାୟ ୩୧ଏକର ଜମିରେ  ଏକ ଘରୋଇ କମ୍ପାନୀ ବିନା ଜନଶୁଣାଣିରେ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ବିରୋଧ କରାଯାଇଛି।
ବାଙ୍କୀ ପ୍ରଶାସନ ପକ୍ଷରୁ ଗ୍ରାମବାସୀ,ପ୍ରଶାସନ ମଧ୍ୟରେ ଏକ ଆଲୋଚନା କରାଯାଇ କେମିକାଲ କାରଖାନା ସମ୍ପର୍କରେ ସମାଧାନ କରିବା ନିମନ୍ତେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଆହ୍ୱାନ କ୍ରମେ ସୋମବାର ଅପରାହ୍ନରେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଏକ ଦୁଇ ପାକ୍ଷିକ ଆଲୋଚନା କରାଯିବା ପାଇଁ ଉଭୟ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡକାଯାଇଥିଲା।
ଅପରାହ୍ନ ୩ଘଟିକାରେ ପୁଲିସ ପ୍ରଶାସନ ଓ ଡମପଡା ତହସିଲଦାର କ୍ଷୀତିସ କୁମାର ବେହେରା, କମ୍ପାନୀ କର୍ତ୍ତୃପକ୍ଷ ମୋହିତ ସିଂଗଲା ଏବଂ ସ୍ଥାନୀୟ ସରପଞ୍ଚ,ଓାର୍ଡ ସଭ୍ୟ ଓ ମୁରବି ଶ୍ରେଣୀର ବ୍ୟକ୍ତି ମାନଙ୍କୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ସେପଟେ ବାଆଁରା ପଞ୍ଚାୟତର ବିଭିନ୍ନ ଗ୍ରାମର ୪୦୦ରୁ ଉଦ୍ଧ୍ୱର୍ ପୁରୁଷ ଏବଂ ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବାଆଁରା ପଞ୍ଚାୟତ ବାସୀଙ୍କର ଦାବିକୁ ପ୍ରଶାସନ ଶୁଣି କେମିକାଲ କାରଖାନା ନିର୍ମାଣ ବନ୍ଦ କରିବା ପାଇଁ ଦାବି ଜଣାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ନାଏବ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତଙ୍କ ସ୍ୱାକ୍ଷର ଥାଇ ୪୦୦ରୁ ଉଦ୍ଧ୍ୱର୍ ଜନସାଧାରଣଙ୍କ ସ୍ୱାକ୍ଷର ଥାଇ ଦାବି ପତ୍ର ବାଙ୍କୀ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପଞ୍ଚାୟତ ବାସୀଙ୍କର ଦାବିକୁ ମାନିନେଇ ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଥିବା ଏନଓସିକୁ ବାତିଲ କରିବା ପାଇଁ ଦାବି ଜଣାଯାଇଛି। ଏ ସମ୍ପର୍କରେ ଡମପଡା ତହସିଲଦାର କ୍ଷୀତିସ ବେହେରାଙ୍କୁ ପଚାରିବାରୁ ଦୀର୍ଘ ୨ଘଣ୍ଟା ଆଲୋଚନା ପରେ ଦୁଇ ପାକ୍ଷିକ ଆଲୋଚନା ସଫଳ ହୋଇନଥିବା କହିଛନ୍ତି। ସେପଟେ ବିକ୍ଷୋଭକାରୀ କେମିକାଲ କାରଖାନା ନିର୍ମାଣ କାର୍ଯ୍ୟ ବଳବତ୍ତର ରହିଲେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories