www.samajalive.in
Saturday, December 6, 2025
14.1 C
Bhubaneswar

ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ ଆରୋହୀ ମୃତ; କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସାଲେପୁର : ଏକ ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ସୋମବାର ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହୀ ବସକୁ ଭଙ୍ଗାରୁଜା କରିଛନ୍ତି। ଖବର ପାଇ ଜଗତପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତି ଶାନ୍ତ ପଡ଼ିଛି ।

ଖବରରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ଜଗତପୁର ଥାନା ଅନ୍ତର୍ଗତ ପ୍ରଧାନପଡା ଗ୍ରାମର ରବି ସେଠୀ(୪୭) ନିଜ ବାଇକ ଯୋଗେ ଜଗତପୁର ଅଞ୍ଚଳକୁ ଯାଉଥିବା ବେଳେ ସାଲେପୁରରୁ କଟକ ଅଭିମୁଖେ ଯାଉଥିବା ଚନ୍ଦନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ପଦ୍ମପୁର ତଳ ବଜାର ନିକଟରେ ଧକ୍କା ଦେବା ସହ ତାଙ୍କୁ ପ୍ରାୟ ୫୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡି ନେଇଯିବାରୁ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହିକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ଦୁର୍ଘଟଣା ଘଟାଥିବା ବସକୁ ଭଙ୍ଗାରୁଜା କରିଥିଲେ ଓ ମୃତ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ରାସ୍ତାରୋକ କରିଥିଲେ। ଖବର ପାଇ ଜଗତପୁର ଆଇଆଇସି ରବିନ୍ଦ୍ର ମେହେର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର ଫେରାର ଥିବା ଜଣାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories