www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡ଼ିଗଲା ହାଇଓ୍ୱା; ଜଣେ ମୃତ, ଜଣେ ଗୁରୁତର

ଭଣ୍ଡାରିପୋଖରୀ: ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୫ଟା ବେଳେ ଏକ ବାଲି ବୋଝେଇ ହାଇୱୋ ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡିଯିବା ଫଳରେ ଟେଣ୍ଟରେ ଶୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ଆଡ଼କୁ ଯାଉଥିବା ଦଶଚକିଆ ଗାଡିଟି ଜାତୀୟ ରାଜପଥର ପାର୍ଶ୍ୱକୁ ମାଡିଯାଇ ଦୁର୍ଘଟଣା ଘଟାଇଥିଲା ।

ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା କେତେକ ଶ୍ରମିକ ରାସ୍ତା ପାର୍ଶ୍ଵରେ ଟେଣ୍ଟରେ ରହୁଥିଲେ । ଭୋର ହେବାରୁ ଦୁଇଜଣ ଶ୍ରମିକ ଶୋଇଥିବା ବେଳେ ଅନ୍ୟମାନେ ଉଠି ପଳାଇଥିଲେ । ଦୁର୍ଘଟଣାରେ ଘଟଣାସ୍ଥଳରେ ସେକ୍‌ ଉଲାଫ ନାମକ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ଗୁରୁତର ଜଣକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିବା ସହ ହାଇଓ୍ୱା ଚାଳକକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories