www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା

ବାଙ୍କୀ : ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ସରକାରଙ୍କ ପରିଚାଳନାରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆରଟିଏସ୍) ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଓ ଡମପଡା ବ୍ଲକର ୨୦୬ଜଣ ପରୀକ୍ଷାର୍ଥି ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଏହି ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ ୯ମ ଶ୍ରେଣୀର ୨୧୧ଜଣ ପରୀକ୍ଷାର୍ଥିଙ୍କ ପାଇଁ ବ୍ୟବସ୍ଥା ଥିଲା ବେଳେ କୌଣସି କାରଣରୁ ୫ଜଣ ପରୀକ୍ଷାର୍ଥି ଅନୁପସ୍ଥିତ ରହିଛନ୍ତି। ପରୀକ୍ଷା କେନ୍ଦ୍ରର ତତ୍ୱାବଧାରକ ଭାବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରରେ ପରୀକ୍ଷା ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦାୟିତ୍ୱ ତୁଲାଇଥିଲେ। ଡମପଡା ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ ଓ ପ୍ରଫୁଲ୍ଲ କୁମାର ବେହେରା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସୁପରିଚାଳନା ହୋଇଥିବା ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories