www.samajalive.in
Sunday, December 7, 2025
26.1 C
Bhubaneswar

ଅବକାରୀ ବିଭାଗର ମିଳିତ ଚଢାଉ ; ମହୁଲ ପୋଚ ନଷ୍ଟ , ୪ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ଥାନା ଅଞ୍ଚଳର ଜାମୁଳେଇବେଡା ଓ ଭାଲିଆଡିହା ଗ୍ରାମର ଚୋରା ମଦ ଭାଟି ଉପରେ ପାଟଣା, ଘଟଗାଁ ଓ ସଦର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଜାମୁଳେଇବେଡା ଗ୍ରାମର ସନାତନ ମୁଣ୍ଡାଙ୍କ ନିକଟରୁ ୧୫ ଲିଟର ଓ ବିରବଲ ମୁଣ୍ଡା ଙ୍କ ଠାରୁ ୬ ଶହ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ସେହିପରି ଭାଲିଆଡିହା ଗ୍ରାମର କରନ ହାଂସଦା ଙ୍କ ଠାରୁ ୩୦ ଲିଟର ଓ ରାମଦେ ମାଝୀ ଙ୍କ ଠାରୁ ୧୦ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ସେଠାରେ ଥିବା ଅନ୍ୟ ଏକ ଚୋରା ମଦ ଭାଟି ରୁ ୨୪୦ ଲିଟର ମହୁଲି ମଦ ଜବତ କରାଯାଇଛି। ଏହି ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଚଢାଉରେ ପାଟଣା ଅବକାରୀ ବିଭାଗ, ଘଟଗାଁ ଅବକାରୀ ବିଭାଗ ଓ ସଦର ଅବକାରୀ ବିଭାଗ ମିଳିତ ଭାବେ ସାମିଲ ହୋଇ ଚଢ଼ାଉ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories