www.samajalive.in
Saturday, December 6, 2025
14.1 C
Bhubaneswar

ଜଳେଶ୍ବରରେ ଜଳିଗଲା ଗ୍ରୀନ୍ ରେ’ ଇଣ୍ଟରନ୍ୟାସନାଲ୍ ଲିମିଟେଡ  ଚିଟଫଣ୍ଡ ଅଫିସ

 

ଜଳେଶ୍ବର: ବଡ଼ବଜାରସ୍ଥିତ ଚିଟଫଣ୍ଡ ସଂସ୍ଥା ଗ୍ରୀନ ରେ’ ଅଫିସରେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ବଡ଼ବଜାରସ୍ଥିତ ଚିଟଫଣ୍ଡ ସଂସ୍ଥା ଗ୍ରୀନ ରେ’ ଅଫିସରେ ନିଆଁ କିପରି ଲାଗିଥିଲା ତାହା ଜଣାପଡ଼ିନାହିଁ।

- Advertisement -

ବାଲେଶ୍ବର ଜିଲାର ଜଲେଶ୍ୱରର ବଡବଜାର ସ୍ଥିତ ଗ୍ରୀନ୍ ରେ’ ଇଣ୍ଟରନ୍ୟାସନାଲ୍ ଲିମିଟେଡ (ଜିଆରଆଇଏଲ) ଚିଟ୍-ଫଣ୍ଡ କମ୍ପାନୀର ଅଫିସ୍ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବାରୁ ଚିଟଫଣ୍ଡ ଦୁର୍ନୀତିରେ ଅଭିଯୋଗରେ ଜବତ ହୋଇଥିବା ଏହି ଅଫିସରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଆରମ୍ଭ କରିଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ଗ୍ରୀନ ରେ’ ଚିଟ୍ ଫଣ୍ଡ କମ୍ପାନୀ କୋଟି କୋଟି ଟଙ୍କାର ନିବେଶକଙ୍କୁ ପ୍ରତାରଣା କରିଛି। ସିବିଆଇ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଯାଞ୍ଚ କରାଯାଉଛି। ପ୍ରାରମ୍ଭରେ ଇଓଡବ୍ଲ୍ୟୁ ଏହି ଦୁର୍ନୀତିର ଯାଞ୍ଚ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା ଦଦନ୍ତ ସିବିଆଇ କରିଥିଲା। ତଦନ୍ତ ସମୟରେ ସିବିଆଇ ପକ୍ଷରୁ ଗ୍ରୀନ୍ ରେ’ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଅଫିସକୁ ସିଲ କରାଯିବା ପରେ ଏହା ସେହିଦିନଠାରୁ ବନ୍ଦ ରହିଥିଲା।

ବାଲେଶ୍ବରରେ ୨୦୧୨ରେ ଗ୍ରୀନ୍ ରେ’ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଅଫିସ ଖୋଲିବା ସହିତ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ନିବେଶ ପରେ ଲୋଭନୀୟ ପ୍ରତିଶୃତି ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ଟଙ୍କା ସଂଗ୍ରହ ଆରମ୍ଭ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories