www.samajalive.in
Tuesday, December 9, 2025
26.1 C
Bhubaneswar

ତିନିଛକ -ପଶାଣିଆ ଗଦ୍‍ ଗଦି ରାସ୍ତାର ନିର୍ମାଣ କାର୍ଯ୍ୟ ସରିବ କେବେ?

କଳାପଥର(ବାଙ୍କୀ) : ବାଙ୍କୀ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଅଧିନସ୍ଥ ପଶ୍ଚିମ ବାଙ୍କୀର ବରପୁଟ ପଞ୍ଚାୟତ ଅନ୍ତର୍ଗତ ତିନିଛକ ଠାରୁ ପଶାଣିଆ ଗଦ୍‍ ଗଦି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହେବାନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ବର୍ଷବର୍ଷଧରି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରିବା ପାଇଁ ଯେଉଁ ଠିକାଦାରଙ୍କୁ ବିଭାଗ ପକ୍ଷରୁ ଅନୁମତି ମିଳିଥିଲା ସେ ବର୍ତ୍ତମାନ କାମଟିକୁ ଶେଷନକରି ବସିପଡିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଗତ ପ୍ରାୟ ୨ ବର୍ଷହେଲା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ଅନୁମତି ଦିଆଯାଇଥିବା ବେଳେ ସେ ବର୍ତ୍ତମାନ କାମ ଟିକୁ ଅଧାରେ ଛାଡି ଦେଇଛନ୍ତି। ରାସ୍ତାର ପିଚୁ କା୍‍ର୍ଯ୍ୟ ଶେଷ କରିଦେଇ ମଝିରେ ଥିବା ଏକ କଲଭର୍ଟଟିକୁ ସଂମ୍ପୂର୍ଣ୍ଣ କରୁନାହାନ୍ତି। ଯାହାଦ୍ବାରା ଲୋକମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କଲଭର୍ଟ ନିର୍ମାଣ ନହେବାରୁ ସେ ରାସ୍ତାଦେଇଯାଉଥିବା ଗାଡି ମଟର ଓ ଲୋକମାନେ ଗହିର ବିଲ ଦେଇ ୧୫ ଫୁଟ ଖାଲ ଭିତରେ ପଶି ଯିବା ଆସିବା କରୁଛନ୍ତି। ଗତ ବର୍ଷାଦିନେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏଥିନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କର୍ତ୍ତୁପକ୍ଷ ରାସ୍ତା ନିର୍ମାଣ କରାଯିବା ଦିଗରେ ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ନହେବା ଶାସକ ଦଳ ପାଇଁ ମହଙ୍ଗା ପଡିପାରେ ବୋଲି ମତ ପ୍ରକାଶ ପାଉଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories