ପାକିସ୍ତାନର ସମସ୍ତ ବ୍ୟାଙ୍କକୁ  ହ୍ୟାକ କଲେ ହ୍ୟାକର

0

ଇସଲାମାବାଦ . –  ପାକିସ୍ତାନର ସମସ୍ତ ବ୍ୟାଙ୍କକୁ ହ୍ୟାକ କରାଯାଇଥିବା ସୂଚନା ମିଳିଛି । ସମସ୍ତ ବ୍ୟାଙ୍କର ସର୍ଭର ଓ ଡାଟାବେସ୍‌କୁ ହ୍ୟାକ କରାଯାଇଛି ।  ଏଥିପାଇଁ ପାକିସ୍ତାନର କେତ ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡର ବ୍ୟବହାରକୁ ବନ୍ଦ କରିଛନ୍ତି ।

ଅନେକ ବ୍ୟାଙ୍କରରୁ ଚୋରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବାହାରେ   ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାକିସ୍ତାନର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଏହାର ତଦନ୍ତ ଭାର ଦିଆଯାଇଛି  । ପ୍ରାୟ ୮ହଜାର  ଆକାଉଣ୍ଟ ହ୍ୟାକ ହେବାପରେ ଏହାର ତଥ୍ୟ ବିକ୍ରି ହୋଇଛି । ୨.୬ ମଲିଅନ୍‌ ପାକିସ୍ତାନୀ ମୁଦ୍ରାକୁ ଏକ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଯାଇଥିବା ସୂଚନା ମିଳିଛି । ବ୍ୟାଙ୍କମାନଙ୍କର ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ୧୦୦ରୁ ଅଧିକ ଅଭିଯୋଗ ହୋଇଛି । କେତକ ବ୍ୟାଙ୍କରେ ନିଜକୁ ମିଛରେ ପାକିସ୍ତାନ ସେନା ଅଧିକାରୀ କହି ତଥ୍ୟ ସଂଗ୍ରହ କରିଥିବା ଓ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ବେଆଇନ ଭାବେ ଟଙ୍କା ଦେଣ ନେଣ  କରୁଥିବା ଏକ ଗ୍ୟାଙ୍ଗକୁ  କେନ୍ଦ୍ରୀୟ ତଦନ୍ତକାରୀ ଅଧିକାରୀମାନେ ଗିରଫ କରିଛନ୍ତି ।

Leave A Reply