www.samajalive.in
Monday, December 15, 2025
24.1 C
Bhubaneswar

ବନକଲାଗି ନିମନ୍ତେ ରାତି ୮ ରୁ ୧୧ ପର୍ୟ୍ୟନ୍ତ ଦର୍ଶନ ବନ୍ଦ

ପୁରୀ:ତିନିଠାକୁର ଆଡପ ମଣ୍ଡପକୁ ବିଜେ କରିଛନ୍ତି। ଜନ୍ମବେଦିରେ ତିନି ଠାକୁର ପହଞ୍ଚିବା ପରେ ଅନେକ ରୀତିନୀତି ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିର
ପରିସରରେ ଅନେକ ଭକ୍ତଙ୍କ ସମାଗମ ଦେଖାଦେଇଛି।
ଆଜି ତିନି ଆଡପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମୂଖସିଂହାର (ବନକଲାଗି) କରାଯିବ। ଏଥିପାଇଁ ଆଜି ରାତି ପ୍ରାୟ ୮ଟା ରୁ ୧୧ପର୍ୟ୍ୟନ୍ତ ଦର୍ଶନ ବନ୍ଦ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ଗୁଣ୍ଡିଚା ମନ୍ଦିରରେ ପ୍ରାତଃ ୫ଟାରେ ଦ୍ୱାରଫିଟା, ଭିତରଶୋଧ – ଘ.୫.୩୦, ମଙ୍ଗଳ ଆଳତି – ଘ.୬.୦୦, ମଇଲମ, ତଡ଼ପଲାଗି – ଘ ୬.୩୦, ଅବକାଶ – ଘ.୭.୦୦, ସାହାଣମେଲା ଦର୍ଶନ – ଘ.୭.୩୦ରୁ ୮.୩୦, ରୋଷହୋମ – ଘ ୯.୦୦, ସୂର୍ୟ୍ୟପୂଜା – ଘ.୯.୧୫, ଦ୍ୱାରପାଳପୂଜା – ଘ.୯.୩୦, ବେଶଶେଷ – ଘ.୯.୩୦, ଗୋପାଳବଲ୍ଲଭ – ଘ.୧୦.୦୦, ସକାଳ ଧୂପ – ଘ.୧୦.୩୦ରୁ ୧୨.୦୦, ଭୋଗମଣ୍ଡପ – ଘ.୧୨.୩୦ରୁ ୧.୩୦, ମଇଲମ – ଘ.୧.୪୫, ଯାତ୍ରାଙ୍ଗୀ ମହାସ୍ନାନ – ଘ.୨.୩୦, ଘଣ୍ଟଛତା ସର୍ବାଙ୍ଗ – ଘ.୩.୦୦, ନୂଆଲୁଗା ଲାଗି, ବେଶ – ଘ.୩.୩୦, ମଧ୍ୟାହ୍ନଧୂପ ଅପରାହ୍ଣ – ଘ.୪.୩୦ରୁ ୫.୩୦, ଦ୍ୱିତୀୟ ଭୋଗମଣ୍ଡପ – ଘ.୫.୦୦ରୁ ୬.୩୦, ମଇଲମ, ବେଶ ରାତି – ଘ.୭.୦୦ରୁ ୮.୦୦, ସନ୍ଧ୍ୟାଆଳତି – ଘ.୮.୩୦, ସନ୍ଧ୍ୟାଧୂପ – ଘ.୯.୦୦ରୁ ୧୦.୩୦, ମଇଲମ, ଚନ୍ଦନଲାଗି – ଘ.୧୧.୦୦ରୁ ୧୧.୩୦, ବଡ଼ସିଂହାର ବେଶ – ଘ.୧୨.୩୦, ବଡ଼ସିଂହାର ଭୋଗ – ଘ.୧.୦୦, ରାତ୍ରପହୁଡ – ଘ.୧.୩୦ ସମୟରେ ନୀତି କରାଯିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories