ବିଦ୍ୟୁତ ତାର ସଂସ୍ପର୍ଶରେ ଠିକା ଶ୍ରମିକଙ୍କ ଆସି ମୃତ୍ୟୁ
ବଣାଇ :ବଣାଇ କନ୍ତଯୋଡି ସାହିର ଥିବା ରାଧାମୋହନ ମନ୍ଦିର ନିକଟରେ ଥିବା ଏକ ୧୧ କେଭି ଖୁଣ୍ଟ ଉପରେ ଚଢି ଜଣେ ଠିକା ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ଆଜି ୧୧ କେଭି ଲାଇନ୍ ଖୁଣ୍ଟ ଚଢି ଲାଇନ୍ ତାରକୁ ବାନ୍ଧୁଥିବା ବେଳେ ହଠାତ ବିଦ୍ୟୁତ ସଂଯୋଗରେ ତାରଟି ଚାର୍ଜ ହୋଇଯାଇଥିଲା। ଫଳରେ ଠିକା ଶ୍ରମିକଙ୍କ ସେହି ଖୁଣ୍ଟରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ହେବାର ଏକ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟରେ ଅଟକି ରହିଥିଲା ଠିକା ଶ୍ରମିକଙ୍କ ମୃତଦେହ। ବଣାଇଁ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ହୋଇଥିବା ଠିକା ଶ୍ରମିକଙ୍କ ମୃତଦେହକୁ ଖୁଣ୍ଟ ଉପରୁ ଉଦ୍ଧାର କରିଥିଲେ।
ବଣାଇଁ ପୁଲିସ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ମୃତ ଠିକା ଶ୍ରମିକଙ୍କ ପରିଚୟ ମିଳିଛି। ତାଙ୍କ ନାମ ଗିନ୍ଦୁରୁ ପୁର୍ତ୍ତି ଏବଂ ଘର ଝାରଖଣ୍ଡ ରାଜ୍ୟ ଶିଘଂଭୂମି ଜିଲା ପୁକୁରିଆ ଗ୍ରାମରେ ବୋଲି ଜଣାପଡିଛି।
Comments are closed.