www.samajalive.in
Monday, December 15, 2025
24.1 C
Bhubaneswar

ସର୍କସରେ ପଶୁଙ୍କ ପ୍ରଦର୍ଶନ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ: ସର୍କସରେ ମନୋରଞ୍ଜନ ପାଇଁ ପଶୁପକ୍ଷୀଙ୍କୁ ବ୍ୟବହାର ଉପରେ ଲାଗିପାରେ କଟକଣା। ଖୁବ୍‍ ଶୀଘ୍ର ଏ ସମ୍ପର୍କରେ ଏକ ନିୟମ ଆଣିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏ ସମ୍ପର୍କରେ ଜନସାଧାରଣ ଓ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ ପରେ ବିସ୍ତୃତ ବିଚାରବିମର୍ଶ ପରେ ନିୟମ ପ୍ରଣୟନ ହେବ। ସର୍କସରେ ବାଘ ଓ ସିଂହଙ୍କୁ ବ୍ୟବହାର କରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ ନୂଆ ନିୟମ କାର୍ଯ୍ୟକାରୀ ହେଲେ ଘୋଡ଼ା,ହାତୀ ଓ କୁକୁରଙ୍କୁ ଆଉ ସର୍କସରେ ଉପଯୋଗ କରାଯାଇପାରିବ ନାହିଁ।
ବଣଜଙ୍ଗଲରେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବା ପଶୁପକ୍ଷୀଙ୍କୁ ସର୍କସରେ ଉପଯୋଗ କରିବା ପୂର୍ବରୁ ବହୁ କଠିନ ତାଲିମ ଦିଆଯାଉଛି। ଏହା ସେମାନଙ୍କୁ ମାନସିକ ସ୍ତରରେ କ୍ଷତିଗ୍ରସ୍ତ କରୁଛି। ତେଣୁ ସର୍କସରେ ପଶୁପକ୍ଷୀଙ୍କ ଉପଯୋଗ ଉପରେ ନିଷେଧାଦେଶ ପାଇଁ ବହୁ ଦିନରୁ ସାମାଜିକ ଓ ପଶୁ ଅଧିକାର କର୍ମୀମାନେ ଦାବି କରି ଆସୁଥିଲେ।
ଅପରପକ୍ଷରେ ସର୍କସରେ ପଶୁପକ୍ଷୀଙ୍କୁ ଉପଯୋଗ ନ ହେଲେ ସର୍କସ ବ୍ୟବସାୟ ଗୁରୁତର ପ୍ରଭାବିତ ହେବ ଓ ଅନାକର୍ଷଣୀୟ ହୋଇଯିବ ବୋଲି ଅଭିଯୋଗ ଆସୁଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ସର୍କସରେ ହାତୀଙ୍କୁ ଉପଯୋଗ କରିବା ଉପରେ ନିଷେଧାଦେଶ ଜାରି କରିଥିବା ବେଳେ ଆବଶ୍ୟକ ନିୟମ ନଥିବାରୁ ଏହି କଟକଣା କାର୍ଯ୍ୟକାରୀ ହୋଇପାରୁନାହିଁ। ନିଷେଧାଦେଶ ମାନୁ ନଥିବା ସର୍କସ ସଂସ୍ଥାଙ୍କ ଅନୁମତି ବାତିଲ କରିବା ପାଇଁ ଚିଡ଼ିଆଖାନା କର୍ତ୍ତୃପକ୍ଷ ପଦକ୍ଷେପ ନେଇ ଥିଲେ ମଧ୍ୟ ତାହା ବିଳମ୍ବିତ ହେଉଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories