ଭାଇର ତୀର ମାଡରେ ଭଉଣୀ ଗୁରୁତର 

ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ଗ୍ରାମରେ ଗୁରୁବାର ସନ୍ଧ୍ଯାରେ ଏକ ଅଭାବନୀୟ ଅଭାବନୀୟ ଘଟଣା ଘଟିଯାଇଛି।ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇଲାଗିରହିଥିବା ଦୀର୍ଘ ଦିନର ବିବାଦ ଉଗ୍ର ରୂପ ଧାରଣ କରିଛି। ଘଟଣାରୁ ପ୍ରକାଶ ଦେଉଳା ଗ୍ରାମର କାଳିଆ ସୋରେନ ଏବଂ ତାଙ୍କ ଭଉଣୀ ରତନୀ ସୋରେନଙ୍କ ମଧ୍ଯରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗିରହିଥିଲା।ପୂର୍ବରୁ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ଦ୍ବାରା ଆପୋଷ ବୁଝାମଣା ହୋଇଥିଲା।

ଗୁରୁବାର ସନ୍ଧ୍ୟାରେ ଯୁକ୍ତିତର୍କ ହେବା ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା ଭାଇ କାଳିଆ ସୋରେନ ମଦ୍ୟପାନ କରି ହଠାତ ଭଉଣି ରତନୀ ସୋରେନକୁ ଧନୁତୀର ମାଡ କରିଥିଲା।କେହିକିଛି ବୁଝିବା ପୂର୍ବରୁ ତୀର ରତନୀଙ୍କ ହାତରେ ଗଳି ଯାଇଥିଲା। ଏହାପରେ ମଧ୍ୟ ଭାଇ କାଳିଆର ରାଗ ଶାନ୍ତ ହୋଇ ନଥିଲା।ସେ ଏକ ଧାରୁଆ କଟୁରୀରେ ଭଉଣୀ ରତନୀର ମୁଣ୍ତକୁ ଆକ୍ରମଣ କରିଥିଲ।ରତନି ଗୁରୁତର ଅବସ୍ଥାରେ ଚିତ୍କାର କରିବାରୁ ତାଙ୍କର ଝିଅ ଏବଂ ପୁଅ ଦୌଡି ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇ ଥିଲେ, ରତନୀଙ୍କ ମୁଣ୍ତ ଏବଂ ଦେହର ବିଭିନ୍ନ ଜାଗା ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ଗୁରୁତର ଅବସ୍ଥାରେ ରତନୀଙ୍କୁ ଉଦ୍ଧାର କରି ପରିବାର ଲୋକେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଗ୍ରାମବାସୀ ଭାଇ କାଳିଆକୁ ଏକ ଗଛରେ ଭାନ୍ଧି ବାଲିଆପାଳ ଥାନାକୁ ଖବର ଦେଇଥିଲେ। ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀ କାଳିଆକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ତା ନାମରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।ତେବେ ଗ୍ରାମବାସୀଙ୍କ ଆକ୍ରମଣରେ କାଳିଆ ଗୁରୁତର ହୋଇ ବାଲେଶ୍ୱର ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବାଲିଆପାଳ ପୋଲିସ ଠାରୁ ସୂଚନା ମିଳିଛି।ଆକ୍ରମଣ ଶିକାର ହୋଇ ଥିବା ଭଉଣୀ ରତନୀର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Comments are closed.