www.samajalive.in
Thursday, December 11, 2025
16.1 C
Bhubaneswar

ସରିଆସୁଛି ମେଳା

କଟକ : ବାଲିଯାତ୍ରା ଭଲ ଭିଡ ଧରିଛି ଦୁଇଦିନ ହେଲା; ଆଉ ରହିଛି ଦୁଇଟି ଦିନ। ମଝିରେ କେବଳ ରହିଲା ଶନିବାର, ରବିବାରକୁ ମେଳାଶେଷ। ଅବଶ୍ୟ ତଳ ପଡିଆର ଦୋକାନୀ କେତେଜଣ ମୁହଁ ଶୁଖାଇଛନ୍ତି। ସେମାନଙ୍କ କହିବା ହେଲା, ଏତେ ଭଲ ଦରବ ଆମେ ରଖିଛୁ କିନ୍ତୁ ଗରାଖ ଏପଟେ ଆଦୌ ମାଡ ହେଉନାହାନ୍ତି। ହୁଏତ ପୂର୍ବ ପଟ ମେଳାପଡିଆର ଏହି କଣିକିଆ ଅଞ୍ଚଳଟି କୌଣସି କାରଣରୁ ଲୋକଙ୍କୁ ଆକର୍ଷିତ କରି ପାରିନାହିଁ। …ଇଏ ଭିନ୍ନ ପ୍ରସଙ୍ଗ। ଏ ମେଳା କେବେ ହତାଶ କରେନି କାହାକୁ। ମାଛଧରା କଣ୍ଟାରୁ କୁଲା ବାଉଁଶିଆ ପର୍ଯ୍ୟନ୍ତ ପସରାର ବେପାରୀ ଏ ପର୍ଯ୍ୟନ୍ତ ମନ ପୂରାଇ ବିକ୍ରିବଟା ଚଳାଇଛନ୍ତି। ଶୁକ୍ରବାର ଅଷ୍ଟମୀ ସକାଳଓଳିରୁ ଭଲ ଗହଳି ଧରିଛି ମେଳା ପଡିଆ। ଦିନ ସାଢେ୧୧ବେଳକୁ ମଙ୍ଗଳାବାଗରେ ଟ୍ରାଫିକ୍‍ ଜାମ୍‍।
ଦିନ କି ରାତି ସବୁ ସମାନ କରିଦେଉଛନ୍ତି ଲୋକେ ମେଳା ପଡିଆରେ। ଚାଇଁଚାଇଁଆ ଖରାକୁ ଖାତର ନାହିଁ। ଛତା ଧରିଛନ୍ତି, କିଏ ପୁଣି ଟୋପି ପିନ୍ଧି ମେଳାର ଏ ପସରାଠୁଁ ସେ ପସରା ପର୍ଯ୍ୟନ୍ତ ଘୂରି ବୁଲୁଛି। ସବୁ ଜିନିଷରେ ଆଖି ଲାଖୁଛି। ହାତରେ ଧରି ସାମଗ୍ରୀର ଗୁଣବତ୍ତା ମାପୁଛନ୍ତି ଗରାଖ। ମନ ନମାନିଲେ ଆଗକୁ ବଢୁଛନ୍ତି। କାହାକୁ ନେବେ କାହକୁ ଛାଡିବେ ଜାଣି ପାରୁନାହାନ୍ତି। ତାହାରି ଭିତରେ ବେଳ ବୁଡି ଯାଉଛି। ଲୋକେ ଫେରିବାକୁ ମନ ବାଂଧି ମନକୁ ବୁଝାଇ ନେଉଛନ୍ତି, ଆଜି ନାହିଁ ତ କାଲି ପୁଣି ସମୟ ଅଧିକ ରଖି ଆସିବା। ସବୁ ବର୍ଷ ଏ ମେଳାର ଇଏ ଯେମିତି ଏକ ଅନ୍ତଃସ୍ୱର।
ତାହାରି ଭିତରେ ଆଖି ଅଟକି ଯାଉଛି ପଟିଆଲାର ଚପଲ ଷ୍ଟଲ୍‍ ପାଖରେ। ପଞ୍ଜାବର ବେପାରୀ ଆଣିଛନ୍ତି ଏଥର ହରେକ ରକମର ଜୋତା ଓ ଚପଲ। ସିଏ ତିନି ବର୍ଷ ତଳେ ପ୍ରଥମ କରି ଆସିଥିଲେ ଯାତରାକୁ। ପିଲାଙ୍କ ଚପଲ ୬୦ଟଙ୍କାରେ ବିକୁଥିଲା ବେଳେ ବଡଙ୍କ ପାଇଁ ରଖିଛନ୍ତି ହଜାରେ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଚପଲ। କହୁଛନ୍ତି ଭଲ ବ୍ୟବସାୟ ହେଉଛି। ଯେମିତି ସାହାରନପୁରରୁ ଆସିଛି କାଠ ଜିନିଷ। ଏହି ଘରସଜା ଜିନିଷ ପାଇଁ ଲୋକେ ଭିଡ ଲଗାଉଛନ୍ତି ସେ ଷ୍ଟଲ ସାମନାରେ। ପୁଣି ହରେକ ରକମର ଲୁହା ସାମଗ୍ରୀ। ବାସ୍ତୁଶାସ୍ତ୍ରକୁ ନେଇ ବିଭିନ୍ନ ଯନ୍ତ୍ର କିଣିବାର ନିର୍ଦିଷ୍ଟ ଗରାଖଙ୍କ ସଂଖ୍ୟା ବି କିଛି କମ୍‍ ନୁହେଁ। ହାତରେ ମେହେନ୍ଦି କରିବା ପାଇଁ ଝିଅଙ୍କ ଯେତିକି ଆଗ୍ରହ, ଘରେ ମାର୍ଗଶିର ଗୁରୁବାରକୁ ଲକ୍ଷ୍ମୀପାଦ ପକାଇବା ପାଇଁ ଛାଞ୍ଚ କିଣିବାରେ ମା’ ମାନେ ସେତିକି ତତ୍ପର।
ଏଥର ମେଳାରେ ଏହା ଦେଖିବାକୁ ମିଳୁଛି ଯେ ଲୋକେ ବେଶି କିଣୁଛନ୍ତି ଘରସଜ୍ଜା ଜିନିଷ। ଖାସ୍‍ ସେଥିଲାଗି ଓରମାସ୍‍ରେ ବେଶି ଭିଡ। ଏ ଦୌଡରେ ସାମିଲ ଅଛନ୍ତି ପ୍ରାୟ ସବୁ ବର୍ଗର ମଣିଷ। କଲେଜ ଛୁଆଙ୍କଠୁଁ ଆରମ୍ଭ କରି ବୁଢାବୁଢୀଙ୍କ ପର୍ଯ୍ୟନ୍ତ ସଭିଏଁ ସେ ସବୁ ସାମଗ୍ରୀର ପସରା ପାଖରେ ଗହଳି ଜମାଉଛନ୍ତି। ଏମିତି କି ଏଠି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଛି ବାଛି ଜିନିଷ କିଣୁଛନ୍ତି ଘର ପାଇଁ। କିଣାବିକା ଆରମ୍ଭ ହୋଇ ଯାଉଛି ଦିନ ୧୧ଟା ବେଳୁ। ଅବଶ୍ୟ ସେତେବେଳକୁ ପୂର୍ବପଟ ତିନିଟି ଯାକ ଚକ୍ରୀ ଦୋଳି ମଧ୍ୟ ଘୂରୁଛି ଯେ ବନ୍ଦ୍‍ ହେଉଛି ରାତି ଗଡିଲେ, ମେଳା ଛିଡିଲେ।
ମେଳା ରହିଲା ଆଉ ଦୁଇଟି ଦିନ; ଶେଷ ଦୁଇ/ତିନି ଦିନ ମେଳା ପଡିଆରେ ଅସମ୍ଭାଳ ଗହଳି ଜମେ, ଇଏ ବାଲିଯାତ୍ରାର ପରଂପରା। ସେହି ଅନୁସାରେ ଶୁକ୍ରବାର ସକାଳୁ ମେଳା ବୁଲା ଓ କିଣା ବିକା ଆରମ୍ଭ ହୋଇ ଯାଇଥିଲା ବାଲିଯାତ୍ରାର ଉଭୟ ପଡିଆରେ। ଖରାର ତେଜ କିଛି କମ୍‍ ନଥିଲେ ବି ଜନସମୁଦ୍ର ସେ ଦିଗରେ ଖାତିର କରି ଯାଇନଥିଲେ। ଗମାତ କିଛି କମ୍‍ ନଥିଲା; ଦିନ ସାଢେ ୧୧ ବେଳକୁ କ୍ୟାଣ୍ଟନ୍‍ମେଣ୍ଟ୍‍ ରାସ୍ତାରେ ତଳ ପଡିଆକୁ ଗଡିବା ବି ମୁସ୍କିଲ ହୋଇ ପଡିଥିଲା ସ୍କୁଟର ଓ ମୋଟରସାଇକଲ ଆରୋହୀଙ୍କ ପାଇଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories