www.samajalive.in
Wednesday, December 10, 2025
17.1 C
Bhubaneswar

ମହିଳାଙ୍କ ଚରିତ୍ର ଉପରେ ସନ୍ଦେହକରି ଲଣ୍ଡା କଲେ ସମ୍ପର୍କୀୟ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ମଛୁଆ ନିକଟସ୍ଥ ସାନକାଳିଆପଦା ଅଞ୍ଚଳରେ ଜଣେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରି ସମ୍ପର୍କୀୟ ଓ ପଡୋଶୀ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିବା ଜଣାପଡିଛି ।ସୂଚନା ମୁତାବକ ସାନକାଳିଆପଦା ଗାଁର କାଳିଆ ସିଂଙ୍କ ସ୍ତ୍ରୀ ସାବିତ୍ରୀ ଜଣେ ସମ୍ପର୍କୀୟ ଭିଣୋଇଙ୍କ ସହ ବୁଲି ଯାଇଥିବାକୁ କେନ୍ଦ୍ରକରି ସମ୍ପର୍କୀୟ ଓ ପଡ଼ୋଶୀ ମିଶି ଚରିତ୍ର ଉପରେ ସନ୍ଦେହ କରି ଲଣ୍ଡା କରି ଦେଇଥିଲେ । ଏପରିକି ତାଙ୍କୁ ଗାଁଦାଣ୍ଡରେ ବୁଲାଇ ଥିଲେ । ଏହାପରେ ରାତିରେ ଏକ ନିଛାଟିଆ ଜଙ୍ଗଲ ଭିତରେ ଛାଡ଼ି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ଏଭଳି ଘଟଣାରେ ପୀଡ଼ିତା ଜଣକ ଅବାକ ହୋଇ ପଡ଼ିଛନ୍ତି ।ସେ ନିଜ ଚରିତ୍ର ସମ୍ପର୍କରେ ଯେତେ ସଫେଇ ଦେଇଥିଲେ ହେଁ ଆକ୍ରମଣକାରୀମାନେ ମାନିବାକୁ ରାଜି ନଥିଲେ । ପୀଡ଼ିତାଙ୍କ ବାପାଙ୍କ ଏନେଇ ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନୀଳଗିରି ଆଇଆଇସି ନଳିତା ମୋଦିଙ୍କ ନିର୍ଦେଶକ୍ରମେ ଏଏସଆଇ ଶରତ ଚନ୍ଦ୍ର ଧଳ ସାନକାଳିଆପଦା ଅଞ୍ଚଳରୁ ଘଟଣାରେ ସଂପୃକ୍ତ ଥିବା ଅଞ୍ଜନ ସିଂ , ଶରତ ସିଂ , ସାନଡୁଗୁରା ସିଂ , କାର୍ତ୍ତିକ ସିଂ , ମିନତି ସିଂ ଓ ଆରତୀ ସିଂ ପ୍ରମୁଖ ୬ଜଣ ଅଟକ ରଖିଛନ୍ତି । ନୀଳଗିରିରେ ଏଭଳି ମଧ୍ୟଯୁଗୀୟ ବର୍ବରକାଣ୍ଡ ସାଧାରଣରେ ଉଦବେଗ ସୃଷ୍ଟି କରିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories