www.samajalive.in
Wednesday, December 10, 2025
17.1 C
Bhubaneswar

ତହସିଲ ସମ୍ମୁଖରେ ଚକଜଗନ୍ନାଥପୁର ଗ୍ରାମବାସୀଙ୍କ ଧାରଣା; ପ୍ରତିଶ୍ରୁତି ପରେ ଅନଶନରୁ ଉଠିଲେ ଆନ୍ଦେଳନକାରୀ

ବାହାନଗା : ବାଲେଶ୍ୱର ଜିଲା ବାହାନଗା ତହସିଲ ଅନ୍ତର୍ଗତ ଚକଜଗନ୍ନାଥପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର ଉନ୍ନତି କାର୍ଯ୍ୟ ଜାରି ରହିଛି। ମାତ୍ର ଚକଜଗନ୍ନାଥପୁର ପଞ୍ଚାୟତର କେତେକ ଲୋକେ ସରକାରୀ ଜମି ଜବରଦଖଲ କରିଥିବାବେଳେ ପ୍ରଶାସନ ପକ୍ଷରୁ ସେହି ଜମିକୁ ଉଚ୍ଛେଦ ପାଇଁ ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବୀ କରିଛନ୍ତି। ଦୀର୍ଘ ଏକ ବର୍ଷ ପରେ ମଧ୍ୟ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିନପାରୁଥିବାରୁ ପ୍ରଶାସନର ଅପରଗତାକୁ ଦାୟୀ କରି ରାସ୍ତା ନିର୍ମାଣ ପାଇଁ ସରକାରୀ ଜମିକୁ ଉଚ୍ଛେଦ କରାନଯିବା ପର୍ଯ୍ୟନ୍ତ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସମେତ ୨୦ରୁ ଅଧିକ ଗ୍ରାମବାସୀ ଅନଶନ କରିଥିଲେ। ଏହାପରେ ଘଟଣାସ୍ଥଳରେ ତହସିଲଦାର ଦେବଯାନୀ ଭୂୟାଁ ଓ ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ପରିଡ଼ା ଅନଶନକାରୀଙ୍କୁ ଆଗାମୀ ୧୨ ତାରିଖରେ ଜବରଦଖଲ ଉଚ୍ଛେଦ ନିଶ୍ଚୟ ହେବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଅନଶନରୁ ଉଠିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories