ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ସେରଗଡ଼ଠାରେ ଶନିବାର ଭୋର ସମୟରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଆଗପଛ ହୋଇ ଯାଉଥିବା ୭ଟି କଣ୍ଟେନରକୁ କିଛି ସ୍ଥାନୀୟଯୁବକ ସନ୍ଦେହରେ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଦୁଇଟି କଣ୍ଟେନରକୁ ଅଟକାଇବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ କଣ୍ଟେନର ଦ୍ରୁତ ଗତିରେ ଖସି ପଳାଇଥିଲା। ଅଟକ ଥିବା କଣ୍ଟେନରର ଚାଳକ ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି। କଣ୍ଟେନରରେ ଗୋରୁ ଚାଲଣ ହେଉଥିବା କଥା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାସହ କଣ୍ଟେନରରେ ଥିବା ଗୋରୁଙ୍କୁ ସ୍ଥାନୀୟଲୋକେ ଖୋଲି ଦେଇଥିଲେ। ଫଳରେ କିଛି ସମୟ ପାଇଁ ରାଜପଥ ଉପରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।
Popular Categories



