ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାଣ ବିସ୍ଫୋରଣ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ ଶ୍ରୀଧର ମହାନ୍ତି। ଶ୍ରୀଧରଙ୍କୁ ଶିଳ୍ପାଞ୍ଚଳ ପୁଲିସ ବଡ଼ସାହିରୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୩ ତାରିଖରେ ରେମୁଣାର ଅଚ୍ୟୁତପୁର ଗାଁରେ ଏକ ଘରେ ବାଣ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଘରର ଉପର ମହଲାର ଛାତ ଉଡ଼ିଯାଇଥିଲା। ଶ୍ରୀଧର ସେହି ଘରେ ଭଡ଼ାରେ ରହିବା ସହିତ ସେଠାରେ ବେଆଇନ ଭାବେ ବାଣ ବିକ୍ରି କରୁଥିଲେ ବୋଲି ସୂଚନା ମିଳିଛି। ଘଟଣା ପରଠାରୁ ସେ ଫେରାର ଥିଲେ।
ରେମୁଣା ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ
Popular Categories



