BJD Bijuli 480×75 Mob

କାର୍‌ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ

BJD Bijuli 480×75 Mob

ବାଲେଶ୍ବର: ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଦୁଇଜଣଙ୍କ ଜୀବନ ନେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଇଛି। ପୁଲିସ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇ ତଦନ୍ତ ଚଳାଇଛି।

କାର୍‌ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସଦର ଥାନା କୁରୁଡ଼ା ଓଭରବ୍ରିଜରେ ଏଡି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଔପଦ ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା ଓ ନୀଳଗିରି ବାଙ୍କୀ ଗାଁର ମାୟାଧର ରାଜ ଏକ କାର୍‌ରେ ବାଲେଶ୍ୱର ଟାଉନ୍‌ରୁ ଭଦ୍ରକ ଆସୁଥିଲେ। ଜାତୀୟ ରାଜପଥର କୁରୁଡା ଓଭରବ୍ରିଜ୍‌ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ କାରକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଶ୍ରୀକାନ୍ତ ଓ ମାୟାଧରଙ୍କ ମୃତ୍ୟୁ ଘଟିଥିଲା।

Comments are closed.