www.samajalive.in
Sunday, December 7, 2025
23.1 C
Bhubaneswar

ଠକ ସ୍ୱାମୀର ଏସିଡ୍ ମାଡ଼; ପତ୍ନୀ ସମେତ ୪ ଗୁରୁତର

ବାଲେଶ୍ଵର: ବାଲେଶ୍ଵରରେ ଘଟିଛି ଏକ ଅଭାବନୀୟ ଘଟଣା। ଠକ ସ୍ୱାମୀର ଏସିଡ୍ ମାଡ଼ରେ ପତ୍ନୀ, ତାଙ୍କ ବଡ଼ ଭଉଣୀ ଓ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସମସ୍ତ ୪ ଗୁରୁତରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ନୀଳଗିରି ସନ୍ତରା ଗାଡିଆ ଅଞ୍ଚଳର ଚନ୍ଦନ ରଣା ଗତ ଦେଢ଼ ମାସ ତଳେ ରେମୁଣା ବ୍ଲକ୍ ଭୀମପୁରା ଅଞ୍ଚଳର ବନିତା ସିଂଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ପରେ ଜଣାପଡିଥିଲା ଯେ, ଚନ୍ଦନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଛି। ତେବେ ବନିତାଙ୍କ ପରିବାର ଏସବୁ କଥା ଜାଣିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଉଭୟ ଅଲଗା ହୋଇ ରହିଥିଲେ। ତେବେ ଘଟଣାକୁ ନେଇ ପୂର୍ବରୁ ଥାନାକୁ ମାମଲା ଯାଇଥିଲା ଓ ଉଭୟ ପରିବାରର ଆଲୋଚନା ଭିତରେ ଉଭୟେ ଅଲଗା ରହିଥିଲେ। ତେବେ ବନିତା ସିଂ ଭୀମପୁରା ସ୍ଥିତ ତାଙ୍କ ଭଉଣୀ ଘରେ ରହିଥିବା ବେଳେ ଚନ୍ଦନ ରଣା ସୋମବାର ଯୋଜନାବଦ୍ଧ ଭାବରେ ଏସିଡ ମାଡ଼ କରି ଫେରାର ହୋଇଯାଇଛି। ଘଟଣାରେ ବନିତାଙ୍କ ସମେତ ତାଙ୍କ ବଡ଼ ଭଉଣୀ ବର୍ଷା ସିଂ ଓ ବର୍ଷାଙ୍କ ଦୁଇ ଶିଶୁ ଗୁରୁତର ଆହତ ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories