www.samajalive.in
Sunday, December 7, 2025
14.1 C
Bhubaneswar

ବଲାଙ୍ଗିର ଅଏଁଲାସାରୀ ଗଣ୍ଡଗୋଳ ଘଟଣା, ଜିଲା ଦଳିତ ସମାଜ ଓ ଯାଦବ ମହାସଭା ମୁହାଁମୁହିଁ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ଗତ ୨୬ ତାରିଖରେ ହୋଇଥିବା ଗଣ୍ଡଗୋଳ ଘଟଣା ଦିନକୁଦିନ ବିବାଦୀୟ ହେବାରେ ଲାଗିଛି। ଘଟଣାକୁ ନେଇ ଉଭୟ ପକ୍ଷରୁ ଜିଲା ଦଳିତ ସଂଘ ଓ ପୈାରାଞ୍ଚଳ ଯାଦବ ମହାସଭା ସାମ୍ନାକୁ ଆସିଛି। ଏହି ଘଟଣାରେ ରାଜନୈତିକ ରଙ୍ଗ ଲାଗୁଥିବା ଦେଖିବାକୁ ମିଲିଥିବା ବେଳେ ପୁଲିସ କିଛି ଲୋକଙ୍କ ଗିରଫ କରି ନୀରବଦ୍ରଷ୍ଟା ସାଜିଛି। ଘଟଣାକୁ ଜିଲା ଦଳିତ ସମାଜ ନିନ୍ଦା କରୁଥିବା ବେଳେ ଅପରପକ୍ଷରେ ଦଳିତ ସମାଜ ଅଏଁଲାସାରୀ ଗାଁରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି। ଜିଲା ଦଳିତ ସମାଜ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ବିଷୋଦଗାର ଜାହିର କରିଥିବା ବେଳେ ଯାଦବ ମହାସଭା ପକ୍ଷରୁ ଅଏଁଲାସାରୀ ଗାଁରେ ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛି। ଏହି ଘଟଣାରେ ୧୦ ଜଣ ଦଳିତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାଧାରଣ ବର୍ଗର ୪୬ ଜଣଙଯକ ନାଁରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେମାନଙ୍କୁ ପୁଲିସ ଗିରଫ କରୁନଥିବା ଦଳିତ ସମାଜ ଅଭିଯୋଗ କରିଛି। ତେବେ ପୀଡିତ ଦଳିତ ପରିବାର ମାନଙ୍କୁ ଶୀଘ୍ର କ୍ଷତିପୂରଣ ଦାବିରେ ଶନିବାର ଦଳିତ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀରେ ଅଏଁଲାସାରୀ ଗାଁର ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ମଧ୍ୟ ପରୋକ୍ଷରେ ସାମିଲ ଥିବା ଅଭିଯୋଗ କରିଛି।

 

- Advertisement -

ଅଭିଯୋଗ ଅନୁସାରେ ଗତ ୨୬ ତାରିଖରେ ପୁଇଁନ୍ତଲା ବ୍ଲକ ଅଏଁଲାସାରୀ ଗାଁର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ଏକ ସୁପରକଲ୍ପିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ୨୬ ତାରିଖରେ ଗାଁରେ ଅଶାନ୍ତି ଖେଲିଯାଇଥିଲା। ଗାଁର ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗାଁର ଘଟଣା ପରବର୍ତ୍ତୀ ସମୟରେ ଥାନାରେ ପହଞ୍ଚିଥିଲା। ଉଭୟ ଗୋଷ୍ଠୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦଳିତ ପରିବାର ଲୋକ ମାନଙ୍କୁ ଆକ୍ରମଣ, ମହିଲା ମାନଙ୍କୁ ଅଶ୍ଲିଲ ଭାଷାରେ ଗାଳିଗୁଳଜ କରିବା ସହ ସେମାନଙ୍କ ଘର ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଅନ୍ୟ ଏକ ଗୋଷ୍ଠି ଯୁବକଙ୍କ ମୃତ୍ୟୁ ଘଟଣାରେ ଗାଁର କିଛି ଦଳିତ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲେ। ଶୁକ୍ରବାର ପୁଲିସ ଏହି ଘଟଣାରେ ୯ ଜଣ ଦଳିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାକୁ ଦଳିତ ପରିବାର ମାନେ ବିରୋଧ କରିଥିଲେ। ସେହିପରି ସବର୍ଣ୍ଣ ଗୋଷ୍ଠୀର ୪୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏମିତିରେ ଉଭୟ ଗୋଷ୍ଠୀଙ୍କ ସମର୍ଥନରେ ପୃଥକ ଭାବେ ସେମାନଙ୍କ ଜାତିଗତ ସାମାଜିକ ସଙ୍ଗଠନ ବାହାରିଛି। ଘଟଣାକୁ ରାଜନୈତିକ ଓ ସାପ୍ରଦାୟିକ ରଙ୍ଗ ଦିଆଯିବାକୁ ଚେଷ୍ଟା କରାଯାଉଥିବା ଆଲୋଚନା ହେଉଛି। ଦଳିତ ପରିବାରଙ୍କ ସମର୍ଥନରେ ଜିଲା ଦଳିତ ସମାଜ ପକ୍ଷରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇଯାଇଥିଲା। ଏହି ଘଟଣାରେ ନିଜେ ସ୍ଥାନୀୟ ସରପଞ୍ଚଙ୍କ ସଂପୃକ୍ତି ରହିଥିବା ବେଳେ ଘଟଣାକୁ ସମାଧାନ କରିବା ବଦଳରେ ଘଟଣାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଇଁନ୍ତଲା ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଦଳିତ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଥିବା ଦଳିତ ସମାଜ ଅଭିଯୋଗ ଆଣିଛି। କେବଳ ଏହି ଘଟଣା ନୁହଁ ଜିଲାରେ ସ୍ନେହଲତା ଗଣଦୁଷ୍କର୍ମ ଘଟଣା ଠାରୁ ଆରମ୍ଭ କରି ବିଷ୍ଣୁମୁଣ୍ଡାର ୨ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇବା ଘଟଣା ପର୍ଯ୍ୟନ୍ତ ସବୁଠାରେ ଦଳିତ ପରିବାରଙ୍କ ପ୍ରତି ଅତ୍ୟାଚାର ବଢୁଥିବା ସମାଜ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଜିଲା ଦଳିତ ସମାଜ ଅଧ୍ୟକ୍ଷ ବିଜୟ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଭିଯୁକ୍ତ ୪୬ଜଣଙ୍କୁ ତୁରନ୍ତ ଗିରଫ, ୧୦ ଜଣ ନିର୍ଦ୍ଦୋଷଙ୍କ ନାଁରେ ଲାଗିଥିବା ମାମଲାର ପ୍ରତ୍ୟାହାର, ଜିଲାପାଳ, ଏସପି ମିଳିତ ଭାବେ ଘଟଣାର ଅନୁଧ୍ୟାନ କରିବା, କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଆବାସ ଯୋଜନା ଓ ଆର୍ଥିକ ସହାୟତା ପ୍ରଦାନ, ମହିଲା ମାନଙ୍କୁ ମାନହାନୀ ରାଶି ପ୍ରଦାନ କରିବା ପାଇଁ ଦଳିତ ସମାଜ ଦାବି କରିଥିଲା।

ଅନ୍ୟପକ୍ଷରେ ସବର୍ଣ୍ଣ ଗୋଷ୍ଠୀଙ୍କ ସମର୍ଥନରେ ବାହାରିଛି ପୈାରାଞ୍ଚଳ ଯାଦବ ମହାସଭା। ଏହି ଘଟଣାକୁ ନେଇ ଏକ ଦାବିପତ୍ର ମହାସଭା ପକ୍ଷରୁ ଏସପିଙ୍କ ଉଦ୍ଦେଶ୍ୟରେ ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପ୍ରଦାନ କରାଯାଇଛି। ଅଏଁଲାସାରୀ ଗାଁରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି କିଛି ଦଳିତ ପରିବାର ଗାଁରେ ଅଧାନ୍ତିର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଅତିରଞ୍ଜିତ କରାଯାଇ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ବେଳେ ଶୀଘ୍ର ଏହି ଘଟଣାକୁ ସମାଧାନ କରିବା ପାଇଁ ମହାସଭା ପକ୍ଷରୁ ଦାବି ହୋଇଛି। ଏହା ସହିତ ଯିଏ ଘଟଣାକୁ ଉସୁକାଉଛି ସେମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଏକ ଦାବିପତ୍ର ମାଧ୍ୟମରେ ଯାଦବ ମହାସଭା ଦାବି କରିଛି। ତେବେ ଏହି ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଥିବା ବେଳେ ଗାଁରେ କିଭଳି ଶାନ୍ତି ଫେରିବ ସେ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories