ନାମ ସଂକୀର୍ତ୍ତନରେ ହଜି ଗଲାଣି ଆଧ୍ୟାତ୍ମିକତା

ବଲାଙ୍ଗିର: ହରେ କୃଷ୍ଣ ହରେ କୃଷ୍ଣ…କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ…ହରେ ରାମ…ରାମ ରାମ ହରେ ହରେ….। ଉପକୂଳ ଓଡ଼ିଶା ତୁଳନାରେ ନାମ ସଂକୀର୍ତ୍ତନର ପରମ୍ପରା ପଶ୍ଚିମ ଓଡ଼ିଶାର ଗାଁ ଗଣ୍ଡାରେ ବେଶୀ ଦେଖିବାକୁ ମିଳେ। ଅଷ୍ଟ ପ୍ରହରୀଠାରୁ ୨୪ ପ୍ରହରୀ ଯାଏ ସଂକୀର୍ତ୍ତନ କରାଯାଏ। କିନ୍ତୁ ପୂର୍ବରୁ ସଂକୀର୍ତ୍ତନ ପରମ୍ପରାରେ ଯେଉଁ ଆଧ୍ୟାତ୍ମିକତା ରହିଥିଲା ତାହା ହଜି ବସିଲାଣି। କେଉଁଠି ସଂକୀର୍ତ୍ତନ ନାଁରେ ଡିସ୍କୋ ଡ୍ୟାନ୍ସ ହେଉ ଛି ତ କେଉଁଠି ପୁଷ୍ପା ଫିଲ୍ମ ଢଙ୍ଗରେ ନାଚୁଛନ୍ତି। ମହିଳାମାନେ ସମ୍ବଲପୁରୀ-କୋଶଳୀ ଗୀତର ତାଳେ ତାଳେ ନାଚିଲେଣି ତ କେଉଁଠି ଦେବତା ବାହାରିବା ଭଳି ନୃତ୍ୟ କଲେଣି ସଂକୀର୍ତ୍ତନିଆ। ଯାହାକି ସଂକୀର୍ତ୍ତନ ଭଳି ପରମ୍ପରାକୁ ରସାତଳଗାମୀ କରିବାକୁ ବସିଲାଣି। ଏହି ପରିପ୍ରେକ୍ଷୀରେ ଗୁରୁ ଡ.ଘାସିରାମ ମିଶ୍ର କହିଛନ୍ତି ଯେ ଗୀତ ପାରମ୍ପରିକ ଓ ନୃତ୍ୟ ଆଧୁନିକ ଭଳି ପରିବେଷିତ ହେଉଥିବା ନାମ ସଂକୀର୍ତ୍ତନ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ବଲାଙ୍ଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ ସଂକୀର୍ତ୍ତନରେ ଆଧ୍ୟାତ୍ମିକତା କମ୍, ଆଧୁନିକତା ଅଧିକ ଦେଖିବାକୁ ମିଳିଲାଣି। ସମସ୍ତେ ଆକର୍ଷଣୀୟ କରିବା ପାଇଁ ଚାହୁଁଛନ୍ତି। ବୟସ୍କ ଲୋକଙ୍କ ତୁଳନାରେ ଯୁବ ଗୋଷ୍ଠୀ ଏଭଳି ପ୍ରକ୍ରିୟାକୁ ବେଶୀ ପସନ୍ଦ କରୁଥିବା ଶ୍ରୀ ବାଗ କହିଛନ୍ତି।

kalyan agarbati

Comments are closed.