ଦୁଇ ଅନ୍ଧୁଣୀ ଭଉଣୀଙ୍କୁ ଭତ୍ତା ମିଳିବ କେବେ ?

ଲାଠୋର : ସରକାର ବୃଦ୍ଧାବୃଦ୍ଧ ତଥା ବିଧବା ଏବଂ ବିକଳାଙ୍ଗ ମାନଙ୍କୁ ମାସିକ ୫ ଶହ ଟଙ୍କା ଭତ୍ତା ପ୍ରଦାନ କରୁଥିବା ବେଳେ ବିଭାଗୀୟ କର୍ମଚାରୀ ଏବଂ ଅଧିକାରୀମାନଙ୍କର ଅବହେଲା ହେତୁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି। ଏହିପରି ଏକ ଘଟଣା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ଅଧିନ ପିପଲବାହାଲ ଗ୍ରାମ ବନ୍ଦପଡାରେ ଦେଖିବାକୁ ମିଳିଛି।

prayash

ସୂଚନା ଅନୁଯାୟୀ, ପିପଲବାହାଲ ଗ୍ରାମରେ ଦିର୍ଘ ବର୍ଷରୁ ଆଦିବାସୀ ସଂପ୍ରଦାୟର କଳାକାହ୍ନୁ ଭୋଇ (୬୬) ନିଜ ପରିବାର ସହ ରହୁଛନ୍ତି। ପରିବାର କହିଲେ ସ୍ତ୍ରୀ ମୁକ୍ତା ଭୋଇ (୬୦) ଝିଅ ହେମଳତା (୩୫), ଭାମା (୨୦)ଙ୍କୁ ନେଇ ବସବାସ କରୁଥିବା ବେଳେ ଆଉ ଦୁଇ ଝିଅ ମାଳତି ଏବଂ ଭୂମି ତଥା ପୁଅ ବଂଶି ବାହା ହୋଇ ନିଜ ପରିବାର ସହ ଅନ୍ୟତ୍ର ରହୁଛନ୍ତି। ନିଜ ପାଖେ ଥିବା ଦୁଇ ଝିଅ ଛୋଟ ଥିବା ସମୟରେ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅନ୍ଧୁଣୀ ହୋଇ ଘରେ ରହିଛନ୍ତି। ସମ୍ପତ୍ତି ବାଡି କିଛି ତାଙ୍କର ନାହିଁ। ଗ୍ରାମର ଏକ ସହୃଦୟ ବ୍ୟକ୍ତି ୮ ଡିସମିଲ ଭୂମି ଦାନ କରି ଥିବାରୁ ସେହି ଜାଗାରେ ରହି ପରଘରେ ମୂଳଲାଗି ତଥା ଜଙ୍ଗଲରୁ ସୁଖିଲା ଜାଳେଣି କାଠ, କାଠି ଏବଂ ପତ୍ର ଆଣି ତାକୁ ବିକ୍ରୟ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଦୁଖେକଷ୍ଟେ ଚାଲେ। ସରକାରୀ ସାହାଯ୍ୟ କହିଲେ ମାସକୁ ୩୫ କେଜି ଚାଉଳ। ୨୦୧୮-୧୯ ରେ କଳାକାହ୍ନୁକୁ ୧ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଆଯାଇଛି। ଘର ସଂପୂର୍ଣ୍ଣ ହୋଇଥିବା ବେଳେ ଭିତରେ ପ୍ଳାଷ୍ଟର ହୋଇନାହିଁ। ଏମଜିଏନଆରଇଜିଏ ରୁ ପାଇବାକୁ ଥିବା ୧୬ ହଜାର ଟଙ୍କା ମ୍ମରୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଜି ଯାଏ ବଳକା ୧୦ ହଜାର ଟଙ୍କା ପ୍ରଦାନ କରାଯାଇନାହିଁ। ଝିଅ ଦୁଇଟି ଅନ୍ଧ ହୋଇ ଘରେ ବସି ରହିଥିଲେ ହେଁ ତାଙ୍କୁ ବିକଲାଙ୍ଗ ଭତ୍ତା ଦିଆଯାଇନାହିଁ କି କଳାକାହ୍ନୁ ଓ ତାଙ୍କ ସ୍ତ୍ରୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇନାହିଁ। ଭତ୍ତା ଟିଏ ପାଇବା ପାଇଁ ପରିବାରର ୪ ଜଣ ସଦସ୍ୟ ବାରମ୍ବାର ନେତା ଠୁ ଆରମ୍ଭ କରି ସରକାରୀବାବୁ ମାନଙ୍କୁ ସାକ୍ଷାତ କରିଥିଲେ ମ୍ମ କେହି ଏମାନଙ୍କୁ ଭତ୍ତାଟିଏ ଯୋଗାଇ ଦେବାରେ ସକ୍ଷମ ହୋଇନଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି। ତେବେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ପରିବାରଙ୍କୁ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.