କଁସିଳରେ ବ୍ଲକ ସ୍ତରୀୟ ରେଡକ୍ରସ ସଚେତନତା ଶିବିର

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ସଚେତନତା ଶିବୀର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଁସିଳ ସରପଞ୍ଚ ବିନୋଦ ବିହାରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅତିରିକ୍ତ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନ, ବରିଷ୍ଠ ଶିକ୍ଷକ ବିଷ୍ଣୁ ସୁନା, ସମାଜସେବୀ ରମେଶ ଭୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

prayash

ରେଡକ୍ରସ ସାଧନ କର୍ମୀ ଘନଶ୍ୟାମ ମେହେର ଓ ଶରତ ମେହେର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ କହିଥିଲେ। ଜେଆରସିଓ ସୁଦାମ ସାହୁ ରେଡକ୍ରସ ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ସ୍ୱଚ୍ଛ ଭାରତ ଅଭି‍ଯାନ, ସ୍ୱାସ୍ଥ୍ୟସେବା, ଓ ବନ୍ଧୁତା ଆଦିକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶୋଭାଯାତ୍ରା ବାହାର କରି ଗ୍ରାମ ପରିକ୍ରମା କରାଯାଇଥିଲା। ସାଧନ କର୍ମୀ ଅମୀୟ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଜେଆରସିଓ ଜ୍ୟୋତିଷ ମେହେର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କ୍ୱିଜ୍‍ ଆଦି ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ନାଟକ ଅଜବ କାହାଣୀ ବିଦ୍ୟଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିକ୍ରମ ମେହେର, ସଂପତି ସେଠ, ଗୌତମ ବିଶ୍ୱାଳ, ଖୁସିରାମ କାଣ୍ଡ, ନରେଶ ଦେହୁରୀ, ଦଶମତ ମେହେର, ଅଞ୍ଜଳି ସାହୁ, ଦେବଜାନୀ ତାଣ୍ଡି, ପଦ୍ମିନୀ ଜାନୀ ପ୍ରମୁଖ ସହଯୋଗ କରିଥିଲେ। କଁସିଲ ଓ ୧୨ ଟି ବିଦ୍ୟାଲୟ ର ୧୨ ଜଣ ଗାଇଡ ଶିକ୍ଷକ ସମେତ ୨୪ ଜଣ ଛାତ୍ରଛାତ୍ରୀ ଉକ୍ତ ଶିବିରେ ଅଂଶ ଗ୍ରହଣ କରିଥିଲେ।

kalyan agarbati

Comments are closed.