BJD Bijuli 480×75 Mob

ଏସିଆନ ସଟ୍‍ଗନ ଚମ୍ପିଆନସିପ୍‍ : ବାଜୱାଙ୍କୁ ସ୍ୱର୍ଣ୍ଣ

BJD Bijuli 480×75 Mob
0

କୁଏତ ସିଟି : ଭାରତର ଅଙ୍ଗଦ ବୀର ସିଂହ ବାଜୱା ଏଠାରେ ଚାଲିଥିବା ୮ମ ଏସିଆନ ସଟ୍‍ଗନ ଚମ୍ପିଆନସିପ୍‍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମଙ୍ଗଳବାର ପୁରୁଷ ସ୍କିଟ୍‍ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ବାଜୱା ବିଶ୍ୱ ରେକର୍ଡ ସୃଷ୍ଟିକାରୀ ୬୦ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଚୀନର ଦି ଜିନ୍‍ଙ୍କୁ (୫୮) ରୌପ୍ୟ ଓ ଆମେରିକାର ସଇଦ ଅଲ୍‍ ମକ୍‍ତୁମଙ୍କୁ (୪୬) ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି।

Leave A Reply