www.samajalive.in
Saturday, December 6, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀର ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି

ଶ୍ରୀନଗର : ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି । ଗୁରୁବାର ବିଧାନସଭାରେ ଧାରା ୩୭୦ ପୁନଃ ଲାଗୁ କରିବା ପାଇଁ ଜଣେ ବିଧାୟକ ଏକ ବ୍ୟାନର ଦେଖାଇବାରୁ ହଙ୍ଗାମା ହୋଇଛି । ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି ହୋଇଛି । ବିଧାନସଭାରେ ଦୁଇ ବିଧାୟକ ହାତାହାତି ହୋଇଥିଲେ। ଧାରା ୩୭୦କୁ ପୁନଃଲାଗୁ କରିବା ଏବଂ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ ବିଧାୟକ ଖୁର୍ଶିଦ ଶେଖ ପ୍ରଥମେ ଏକ ବ୍ୟାନର ଧରି ପ୍ରଦର୍ଶନ କରିଥିଲେ। ବିଜେପି ବିଧାୟକ ସୁନୀଲ ଶର୍ମା ତାଙ୍କ ନିକଟକୁ ଆସି ଉକ୍ତ ବ୍ୟାନରଟିକୁ ଛଡ଼ାଇନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରିଥିଲେ । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଶାସକ ଦଳ ପକ୍ଷରୁ ଏହାକୁ ପୁନଃ ଲାଗୁ କରିବା ଲାଗି ଐତିହାସିକ ପ୍ରସ୍ତାବ ପାରିତ କରାଯାଇଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି, ଧାରା ୩୭୦ ପୁନଃ ଲାଗୁ କରିବାର ଆବଶ୍ୟକତା ରହିଛି । ସେପଟେ ବିଜେପି କହିଛି ଏହା ଦେଶ ବିରୋଧୀ ଏଜେଣ୍ଡା । ଉତ୍ତେଜନା ପରେ ବାଚସ୍ପତି ବିଧାନସଭା ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ।

ନଭେମ୍ବର ୭ରେ ଶୁକ୍ରଙ୍କ ଚଳନ; ୧୨ ରାଶି ଉପରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ,ସନ୍ତାନ ସୁଖ..

- Advertisement -

ଜାମ୍ମୁ କାଶ୍ମୀର ବିଧାନସଭାରେ ଉତ୍ତେଜନା ପରେ ଗୃହର ପ୍ରକ୍ରିୟା ୧୫ ମିନିଟ୍ ପାଇଁ ସ୍ଥଗିତ ରଖାଯାଇଥିଲା। ଗୃହ ସ୍ଥଗିତ ରହିବା ପରେ ମଧ୍ୟ ବିଜେପି ସଦସ୍ୟମାନେ ଏହାର ପ୍ରତିବାଦ ଜାରି ରଖିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories