www.samajalive.in
Sunday, November 16, 2025
15.1 C
Bhubaneswar

ଅଗ୍ନିକାଣ୍ଡରେ ମା’ ଓ ଝିଅ ମୃତ୍ୟୁ ଘଟଣା: ସମ୍ପତ୍ତି ପାଇଁ ହତ୍ୟା କରିଥି​‌ଲେ ପୁଅ, ନାତି, ଉଭୟଙ୍କୁ ବାନ୍ଧିଲା ପୁଲିସ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦାଠାରେ ମଙ୍ଗଳବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ତାଙ୍କ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ସମ୍ପତ୍ତି ପାଇଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ଏବଂ ନାତିକୁ ଗିରଫ କରିଛି। ଅଭିଯୁକ୍ତର ଜଣେ ଭଉଣୀ ହତ୍ୟାକାଣ୍ଡ ନେଇ ଅଭିଯୋଗ କରିବା ପରେ ପୁଲିସ ପରିବାରର ୪ଜଣଙ୍କୁ ଜେରା କରିବା ପରେ ୨ ଜଣଙ୍କୁ ଗିରଫ କରିଛି। ନିଜ ମା’ ଓ ଭଉଣୀଙ୍କୁ ଅଭିଯୁକ୍ତମାନେ ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଘର ଭିତରେ ନିଆଁ ଲଗାଇ ପୋଡ଼ିଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସୈରେନ୍ଦ୍ରୀ ଓ ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲା।

- Advertisement -

ଅପରପକ୍ଷରେ ଏହା ସମ୍ପତ୍ତି ଓ ଜମି ପାଇଁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଶିକ୍ଷୟିତ୍ରୀଙ୍କ ଭଉଣୀ ଇନ୍ଦ୍ରାଣୀ ପୁରୋହିତ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜଗନ୍ନାଥ ଦୀକ୍ଷିତ କହିଛନ୍ତି ଯେ, ରାତିରେ ଆମେ ଶୋଇଥିବାବେଳେ ବାହାରୁ ଜଣେ ଡାକ ଦେଇ ଘର ଉପର ମହଲା ଜଳୁଥିବା ଖବର ଦେବାରୁ ତୁରନ୍ତ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲୁ। ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଅଟେ। ମୋତେ ମୋ’ ଭାଗର ଜମି ଦିଆଯାଇଥିଲା। ମା’ ମଧ୍ୟ ଜମି ରଖିଥିଲେ। ମୁଁ ବାପାଙ୍କ ସମସ୍ତ କ୍ରିୟାକର୍ମ କରିଛି। ମୋର ବଡ଼ଭଉଣୀ ସହିତ ଆମର ସମ୍ପର୍କ ଭଲ ଥିଲା ବୋଲି ଜଗନ୍ନାଥ କହିଛନ୍ତି।

ଏ ସମ୍ପର୍କରେ ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ସାବିତ୍ରୀ ବଳ କହିଛନ୍ତି। ପୁଲିସ ଓ ସାଇଣ୍ଟିଫିକ୍‍ ଦଳ ଘଟଣାସ୍ଥଳ ପରିଦର୍ଶନ କରିଥିଲା।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories