ଉଷାଙ୍କୁ ପ୍ରଶଂସା କଲେ ଟ୍ରମ୍ପ; କହିଲେ ଉଷା ମୋଠାରୁ ଅଧିକ ଦକ୍ଷ..
ନୂଆଦିଲ୍ଲୀ : ଆମେରିକାରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦମ୍ଦାର୍ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଏହା ମଧ୍ୟରେ ଆଉ ଜଣେ ଭାରତୀୟ ମହିଳା ଆମେରିକାର ଚର୍ଚ୍ଚାର କାରଣ ପାଲଟିଛନ୍ତି । କେବଳ ଏତିକି ନୁହେଁ ଏବେ ସାରା ଦୁନିଆରେ ଉଷା ଭାନ୍ସଙ୍କ ବିଷୟରେ ସଭିଏଁ ଅଧିକରୁ ଅଧିକ ଜାଣିବାକୁ ଇଚ୍ଛା କରୁଛନ୍ତି । ଉଷା ଭାନ୍ସ ହେଉଛନ୍ତି ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେ.ଡି. ଭାନ୍ସଙ୍କ ପତ୍ନୀ ।
ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ଟ୍ରମ୍ପ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ସେହି ସମୟରେ ଟ୍ରମ୍ପ ଜେଡି ଭାନ୍ସଙ୍କ ସହ ଠିଆ ହୋଇଥିବା ତାଙ୍କ ପତ୍ନୀ ଉଷାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଟ୍ରମ୍ପ କହିଛନ୍ତି, ମୁଁ ଟିକିଏ ଅହଂକାରୀ କିମ୍ବା ଅଧିକ ଗର୍ବୀ ହୁଏ, ନିଜକୁ ଅନୁଭବ ଓ ସ୍ମରଣ କରାଏ ଉଷା ମୋ ଠାରୁ ଅଧିକ ଦକ୍ଷ ଅଟନ୍ତି । ଲୋକେ ଜାଣି ନାହାଁନ୍ତି ସେ କେତେ ପ୍ରଭାବଶାଳୀ ଅଟନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ଜେଡି ଭାନ୍ସକୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ। ଜେଡି ଭାନ୍ସ ଆମେରିକା ନାଗରିକ ମାନଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ । ନିର୍ବାଚନ ଜିତିବା ପରେ ଜେଡି ଭାନ୍ସଙ୍କ ପତ୍ନୀ ଆମେରିକାର ୨ୟ ମହିଳା ହେବାକୁ ଯାଉଛନ୍ତି । ୩୮ ବର୍ଷୀୟ ଉଷା ଭାନ୍ସ ଆମେରିକାର ୨ୟ ମହିଳା ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ସେ ଆମେରିକାର ୨ୟ ମହିଳା ହେବାକୁ ଯାଉଥିବା ପ୍ରଥମ ଭାରତୀୟ- ଆମେରିକୀୟ ।
ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ। ତାଙ୍କର ପ୍ରକୃତ ନାମ ହେଉଛି ଉଷା ଚିଲୁକୁଡି ଭାନ୍ସ। ଆନ୍ଧ୍ରର ନିଡାଡାଭୋଲୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଲୁରୁ ଗ୍ରାମର ପୂର୍ବ ବାସିନ୍ଦା ହେଉଛନ୍ତି ଉଷା।
Comments are closed.