କଲକାତା: ପଶ୍ଚିମବଙ୍ଗରେ ଏକ ଦଳୀୟ କାର୍ୟ୍ୟକ୍ରମ ଅବସରରେ ଘୃଣ୍ୟ ଭାଷଣ ପ୍ରଦାନ କରିଥିବାରୁ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ବଲିଉଡ୍ ଅଭିନେତା ତଥା ବିଜେପି ନେତା ମିଠୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଦୁଇଟି ଏତଲା ରୁଜୁ କରାଯାଇଛି। ଅକ୍ଟୋବର ୨୭ରେ ବିଜେପିର ସଦସ୍ୟତା ଗ୍ରହଣ ପାଇଁ ଆୟୋଜିତ ଉତ୍ସବରେ ମିଠୁନ ଯୋଗଦେଇଥିଲେ। ଏହି ଅବସରରେ ମିଠୁନ କହିଥିଲେ ଯେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ନିମେନ୍ତ ବିଜେପି ସମସ୍ତ ପ୍ରକାର ପଦେକ୍ଷପ ନେବାକୁ ପ୍ରସ୍ତୁତ ରହିଛି। ଏହି ପ୍ରସଙ୍ଗରେ ମିଠୁନ ତୃଣମୂଳ କଂଗ୍ରେସ ନେତା ହୁମାୟୁନ କବିରଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଗତ ଲୋକସଭା ନିର୍ବାଚନ ପୂର୍ବରୁ କବିର ଏକ ସଭାରେ କହିଥିଲେ ଯେ ପଶ୍ଚିମବଙ୍ଗରେ ହିନ୍ଦୁମାନେ ଯଦି ଭାବୁଥାନ୍ତି ସେମାନେ ଆମର ମସଜିଦଗୁଡିକୁ ଭାଙ୍ଗିବେ ଆଉ ମୁସଲମାନମାନେ ହାତବାନ୍ଧି ଘରେ ବସିବେ, ତାହାହେଲେ ତୁମେ ଭୁଲ ଭାବୁଛ। ରାଜ୍ୟରେ ଥିବା ହିନ୍ଦୁଙ୍କୁ ଯଦି ଦୁଇ ଘଣ୍ଟା ମଧ୍ୟରେ ଭାଗୀରଥି ନଦୀରେ ନ ଫୋପାଡିଛି, ତାହାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କବିର ସେତେବେଳେ କହିଥିଲେ। କବିରଙ୍କ ମନ୍ତବ୍ୟର ଜବାବରେ ମିଠୁନ କହିଥିଲେ ଯେ ଆମେ ତୁମକୁ ଭାଗୀରଥି ନଦୀରେ ଫୋପାଡିବୁ ନାହିଁ, ବରଂ ନଦୀକୂଳରେ ତୁମମାନଙ୍କୁ କବର ଦେଇଦେବୁ।
Popular Categories



