ବଜାଜ ଆଣିଲା ୪ ନୂଆ ପଲ୍ସର, ମିଳିବ ଅନେକ ଫିଚର୍ସ
ନୂଆଦିଲ୍ଲୀ : ବଜାଜ ନିଜ ଦୁଇଚକିଆ ପୋର୍ଟଫୋଲିଓରେ କିଛି ନୂଆ ଭେରିଏଣ୍ଟ ସାମିଲ କରିଛି । କମ୍ପାନୀ ନିଜ ଲୋକପ୍ରିୟ ପଲ୍ସର ଏନ୧୬୦ର ନୂଆ ଭେରିଏଣ୍ଟ ନେଇଆସିଛି । ଏହା ସହ କମ୍ପାନୀ ପଲ୍ସର ୧୨୫, ୧୫୦ ଏବଂ ୨୨୦ଏଫ୍ କୁ ମଧ୍ୟ ନୂଆ ଏବଂ ପ୍ରିମିୟମ୍ ଫିଚର ସହିତ ଅପଡେଟ୍ କରିଛି । ଏଥିରେ ଏଣିକି ଉତ୍ତମ ବ୍ଲୁଟୁଥ୍ କନେକ୍ଟିଭିଟି ସୁବିଧା ମିଳିବ । ଏଥିରେ ମିଳୁଥିବା ଇନଷ୍ଟ୍ରୁମେଣ୍ଟ କନସୋଲ୍ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନକୁ ସପୋର୍ଟ କରିବ ।
ଏନ୍ ୧୬୦ରେ ମଲ୍ଟି ରାଇଡ୍ ମୋଡ୍ ମିଳିଥାଏ । ଏଥିରେ ରେନ୍, ରୋଡ୍, ଅଫ୍-ରୋଡ୍ ସାମିଲ । ଏଥିରେ ୧୬୪.୮୨ ସିସିର ଅଏଲ କୁଲ୍ଡ ଇଞ୍ଜିନ୍ ମିଳିଥାଏ ଯାହା ୮୭୫୦ ଆରପିଏମରେ ୧୧.୭ କେଡବ୍ଲୁ ପର୍ଯ୍ୟନ୍ତ ଆଉଟପୁଟ୍ ପ୍ରଦାନ କରିଥାଏ । ବ୍ରେକିଂ ପାଇଁ ଉଭୟ ଆଗ-ପଛରେ ଡିସ୍କ ବ୍ରେକ୍ ମିଳିଥାଏ । ଏଥିରେ ଏବିଏସ୍ ଷ୍ଟାଣ୍ଡାର୍ଡ ରହିଛି । କମ୍ପାନୀ ଏହାର ଦାମ୍ ୧୩୯,୬୯୩ ଟଙ୍କା ରଖିଛି ।
ପଲ୍ସର ୧୨୫ର କାର୍ବନ ଫାଇବର ସିଙ୍ଗଲ ଏବଂ ସ୍ପିଲ୍ଟ ସିଟ୍ ଭେରିଏଣ୍ଟ ଏବେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ବ୍ଲୁଟୁଥ୍ ଇନେବଲ କନସୋଲ୍, ୟୁଏସବି ଚାର୍ଜର ଏବଂ ନୂଆ ଗ୍ରାଫିକ୍ସ ସହିତ ମିଳିବ । ପଲ୍ସର ୧୫୦ରେ ମଧ୍ୟ ଏହିଭଳି ଭେରିଏଣ୍ଟ ବିକଳ୍ପ ଉପଲବ୍ଧ ଅଛି । ପଲ୍ସର ୧୫୦ ସିଙ୍ଗଲ ଡିସ୍କର ଏକ୍ସ ଶୋରୁମ୍ ଦାମ୍ ୧୧୩,୬୯୬ ଟଙ୍କା । ପଲ୍ସର ୨୨୦ଏଫର ଏକ୍ସ ଶୋରୁମ୍ ଦାମ୍ ୧୪୧,୦୨୪ ଟଙ୍କା ରଖିଛି କମ୍ପାନୀ ।
Comments are closed.