ବାହାନଗା ରେଳ ଦୁର୍ଘଟଣା: ତତ୍କାଳୀନ ଷ୍ଟେସନ ସୁପରିନ୍ଟେଣ୍ଡେଣ୍ଟ ଓ ଡିଭିଜନାଲ ଟ୍ରାଫିକ୍ ଇନସପେକ୍ଟର ଚାକିରିରୁ ବହିସ୍କୃତ
ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ତତ୍କାଳୀନ ଷ୍ଟେସନ ସୁପରିନ୍ଟେଣ୍ଡେଣ୍ଟ ଓ ଡିଭିଜନାଲ ଟ୍ରାଫିକ୍ ଇନସପେକ୍ଟର ଚାକିରିରୁ ବହିସ୍କୃତ କରାଯାଇଥିବା ସୂଚନା ମିଳିିଛି।
ଗତ ୨୦୨୩ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।
ହାୱଡ଼ାରୁ ଆସୁଥିବା ସୁପରଫାଷ୍ଟ କରମଣ୍ଡଳ ଏକ୍ସପ୍ରେସ୍ ଘଟଣାଦିନ ବାହାନଗା ବଜାର ରେଳଷ୍ଟସନ ନିକଟରେ ଲୁପ୍ ଲାଇନ୍ରେ ଅଟକିଥିବା ଏକ ମାଲ୍ଗାଡ଼ିକୁ ସିଧାସଳଖ ଧକ୍କା ଦେବା ସହ ଏହାର କେତେକ ବଗି ଓଲଟି ପଡ଼ି ଅପରପାର୍ଶ୍ବରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ପଛ ଦୁଇବଗିରେ ପିଟି ହୋଇଥିଲା।
Comments are closed.