ବାଲେଶ୍ବର: ବାହନଗା ଟ୍ରେନ ଦୁର୍ଘଟଣା ଘଟଣାରେ ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ ହୋଇଥିବା ଜଣାପଡ଼ିଛି। ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରି ସିବିଆଇ ଛାଡ଼ିଦେଇଥିବା ସୂଚନା ମିଳିଛି । ଗିରଫ ତିନି ଅଧିକାରୀ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କର ଆଜି ସରୁଛି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ । ଆଜି ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ଼ଯନ୍ତ୍ର ରହିଛି କି ଆଦି ଅନେକ ଦିଗରୁ ଛାନବିନ କରାଯାଉଛି । ତଦନ୍ତ ସରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ।
Popular Categories



