‘ମାନବିକ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ସମୃଦ୍ଧ କରେ ସୃଜନଶୀଳ ସାହିତ୍ୟ ’
‘ବିକଚ’ ସାହିତ୍ୟ ସଂସଦର ସାମ୍ବତ୍ସରିକ ଉତ୍ସବ ଏବଂ ନୂଆଖାଇ ଭେଟ୍ କାର୍ଯକ୍ରମ
ବଡ଼ମ୍ବା: ସ୍ରଷ୍ଟାଙ୍କ ଦ୍ୱାରା ସୃଷ୍ଟି ଯେକୌଣସି ସୃଜନଶୀଳ ସାହିତ୍ୟ ମାନବିକ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ସମୃଦ୍ଧ କରିଥାଏ ବୋଲି ବଡ଼ମ୍ବା ତଥା ନରସିଂହପୁର ଅଞ୍ଚଳର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ‘ବିକଚ’ର ସାମ୍ବତ୍ସରିକ ଉତ୍ସବରେ ଅତିଥିମାନେ ମତପୋଷଣ କରିଛନ୍ତି। ଓଡ଼ିଶାର ଅନ୍ୟତମ ଗଣପର୍ବ ନୂଆଖାଇ ଅବସରରେ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାରସ୍ୱତ ପ୍ରତିଭାମାନେ ଯୋଗଦେଇଥିଲେ। ବଡ଼ମ୍ବା ହାଟ ନିକଟସ୍ଥ ଆଡ଼ିଆ ମହାଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିକଚ ସାହିତ୍ୟ ସଂସଦର ସଭାପତି ସାହିତ୍ୟିକ ଦୁର୍ଯ୍ୟୋଧନ ବରାଳ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ମୋହନ ସୁବୁଦ୍ଧି ମହାବିଦ୍ୟାଳର ଅଧ୍ୟକ୍ଷା ଡ.ଶୁଚିସ୍ମିତା ମହାନ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ନରସିଂହପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ କୁଳମଣି ବାରିକ ମୁଖ୍ୟବକ୍ତା ଏବଂ ଓଷ୍ଟାର ପ୍ରାକ୍ତନ ସମ୍ପାଦକ ଶିକ୍ଷକନେତା ପ୍ରଫୁଲ୍ଲକୁମାର ମହାନ୍ତି ସମ୍ମାନିତବକ୍ତା ଭାବେ ଯୋଗଦେଇଥିଲେ। ଶିକ୍ଷାବିତ୍ ସଚ୍ଚିଦାନନ୍ଦ ଦାଶ,ବିକଚର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ ଚନ୍ଦ୍ରଶେଖର ମହାନ୍ତି,ହାଟ ବଣିକସଂଘର ସଭାପତି ଶିବନାରାୟଣ ମିଶ୍ର, ନରସିଂପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ନାୟକ, ନରସିଂପୁର ସାହିତ୍ୟ ସଂସଦର କାର୍ଯ୍ୟକାରୀ ସମ୍ପାଦକ ଅଭୟାନନ୍ଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୁପେ ଯୋଗଦେଇଥିଲେ। ସଂସଦର ସମ୍ପାଦକ ଶିକ୍ଷକ କଳିଙ୍ଗକେଶରୀ ପ୍ରଧାନ ଏବଂ ପରିଚାଳନା ସମ୍ପାଦକ ଦେବଦତ୍ତ ମଳୟକୁମାର ବରାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନରସିଂହପୁରର ଡା.ଗୋକୁଳାନନ୍ଦ ପଟ୍ଟନାୟକ, ସାମ୍ବାଦିକ ବିଦ୍ୟାଧର ପଣ୍ଡା, ଶିକ୍ଷକ ସନାତନ ସ୍ୱାଇଁ,ମନମୋହନ ରାଉତ, ସାହିତ୍ୟ ସମାଜର ସମ୍ପାଦକ ବିନାୟକ ମିଶ୍ର, ବାଙ୍କୀର ପବନି ଜେନା,ବିଦ୍ୟାଧର ଖଟୁଆ,ଢେଙ୍କାନାଳର ସାହିତ୍ୟିକ ରାଧାନଥ ରଥ,ଅନଗୁଳର ସଦାନନ୍ଦ ପରିଡ଼ା, ଚୌଦ୍ୱାର ଟାଙ୍ଗୀର ଅଶୋକ ପଣ୍ଡା, ଡମ୍ବରୁଧର ବେହେରା, ବଡ଼ମ୍ବାର ପ୍ରବୀଣ ରାଜନୀତିଜ୍ଞ ବୁଦ୍ଧିନାଥ ମହାନ୍ତି, ଅଧ୍ୟାପକ ସାରଦାନନ୍ଦ ଦାଶ, ଖଗେଶ୍ୱର ପାତ୍ର, ଶିକ୍ଷୟିତ୍ରୀ ଅନୀମା ମହାପାତ୍ର, ଜାତୀୟ ପୁରଷ୍କାରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ବାରିକ, ଶିକ୍ଷକ ସରୋଜକାନ୍ତ ବଳିଆରସିଂହ, ଭରତନାରାୟଣ ସାହୁ, ଧନେଶ୍ୱର ସ୍ୱାଇଁ, ସେବାନିବୃତ ଜିଲାଶିକ୍ଷାଧିକାରୀ ସନାତନ ବେହେରା, କ୍ରୀଡ଼ାବିତ କାର୍ତ୍ତିକଚନ୍ଦ୍ର ପୁହାଣ ପ୍ରମୁଖ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ।
ଏହି ସାରସ୍ୱତ ସମାରୋହରେ ବାଙ୍କୀ,ବଡ଼ମ୍ବା,ନରସିଂହପୁର,ଆଠଗଡ଼,ଅନଗୁଳ, ଚୌଦ୍ୱାର, ଟାଙ୍ଗୀ, ନୟାଗଡ଼ ଆଦି ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାହିତ୍ୟାନୁରାଗୀମାନେ ନିଜର ସ୍ୱରଚିତ କବିତା ଆବୃତି କରିଥିବା ବେଳେ ଅନେକ ରଚନାକାରଙ୍କ ସାହିତ୍ୟ ସମ୍ଭାର କ୍ଷଦ୍ରପୁସ୍ତିକା ଆକାରରେ ଉନ୍ମୋଚନ କରାଯାଇଥିଲା। ଅନୁଷ୍ଠିତ ସଭାରେ ପ୍ରାଚୀନ ଏବଂ ଆଧୁନିକ ସାହିତ୍ୟ ତଥା ରୋମାଞ୍ଚିତ ଓ ବିରହ କବିତାର ଏକ ତୁଳନାତ୍ମକ ବିଶ୍ଳେଷଣ ବାଙ୍କୀ ସମ୍ପର୍କ ସାହିତ୍ୟ ସଂସଦର ପ୍ରତିଷ୍ଠାତା କବି ରବିନାରାୟଣ ମଙ୍ଗରାଜ ଉପସ୍ଥାପନା କରିଥିଲେ। ସଂସଦ ଦ୍ୱାରା ମନୋନିତ ସାହିତ୍ୟ, କଳା, ସଂସ୍କୃତି, ଶିକ୍ଷା, ସମାଜସେବା, ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ବିକଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଞ୍ଚାଳକ କାଳନ୍ଦିଚନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.