www.samajalive.in
Sunday, December 7, 2025
23.1 C
Bhubaneswar

୧୨୮ ମିଲିୟନ ଭ୍ୟୁଜ୍‌ ହାସଲ କରିଥିବା ବଦୋ ବଦି ଗୀତକୁ ଡିଲିଟ୍‌ କଲା ୟୁଟ୍ୟୁବ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ସୋସିଆଲ ମିଡିଆ ସେନ୍‌ସେସନ୍‌ ଚାହତ ଫତେହ ଅଲି ଖାନ ଏବେ ତାଙ୍କ ନୂଆ ଗୀତ ବଦୋ ବଦିକୁ ନେଇ ଚର୍ଚ୍ଚାରେ। ଏହି ଗୀତକୁ ନେଇ କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ବଦୋ ବଦି ଗୀତ ପାଇଁ ଅଧିକାଂଶ ଲୋକ ଚାହତ ଫତେହ ଅଲି ଖାନଙ୍କୁ ଟ୍ରୋଲ କରୁଛନ୍ତି। ଏବେ ଏହି ଗାୟକ ବିବାଦରେ ଫସିଛନ୍ତି। ତାଙ୍କର ବଦୋ ବଦି ଗୀତକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ବଦୋ ବଦି ଗୀତ ୟୁଟ୍ୟୁବରେ ସର୍ବାଧିକ ଭ୍ୟୁଜ୍‌ ହାସଲ କରିଥିବା ଗୀତ ମଧ୍ୟରୁ ଗୋଟିଏ ଥିଲା। କିନ୍ତୁ ବର୍ତ୍ତମାନ ଚାହତ ଫତେହ ଅଲି ଖାନଙ୍କ ଏହି ଗୀତକୁ ହଟାଇ ଦିଆଯାଇଛି।


କପିରାଇଟ୍ସ କାରଣରୁ ବଦୋ ବଦି ଗୀତକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ବାସ୍ତବରେ ଏହି ଗୀତଟି ପ୍ରସିଦ୍ଧ ଗାୟିକା ନୁରଜାହାଁଙ୍କ ପୁରୁଣା ଗୀତର କଭର୍‌ ସଙ୍ଗ୍‌। ଯାହାକୁ ନିକଟରେ ଚାହତ ଫତେହ ଅଲି ଖାନ ଗାଇଛନ୍ତି। ତାଙ୍କର ଏହି ମ୍ୟୁଜିକ୍ ଭିଡିଓ ଏକ ମାସ ମଧ୍ୟରେ ୟୁଟ୍ୟୁବରେ ୧୨୮ ମିଲିୟନରୁ ଅଧିକ ଭ୍ୟୁ ହାସଲ କରିଥିଲା। ଗଣମାଧ୍ୟମ ରିପୋର୍ଟ ମୁତାବକ, ଚାହତ ଫତେହ ଅଲି ଖାନଙ୍କ ବଦୋ ବଦି ଗୀତକୁ ଏବେ କପିରାଇଟ୍ସ କାରଣରୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ, ବଦୋ ବଦିର ମୂଳ ଗୀତକୁ ନୁରଜାହାଁ ୧୯୭୩ର ଚଳଚ୍ଚିତ୍ର ‘ବନାରସୀ ଠଗ୍’ ପାଇଁ ଗାଇଥିଲେ। ଅପରପକ୍ଷେ ଚାହତ ଫତେହ ଅଲି ଖାନ ଚଳିତ ବର୍ଷ ଏପ୍ରିଲରେ ବଦୋ ବଦି ଗୀତ ଗାଇଥିଲେ, ଯାହା ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ସମେତ ସମଗ୍ର ଦକ୍ଷିଣ ଏସିଆରେ ଭାଇରାଲ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories