BJD Bijuli 480×75 Mob

ନିମ୍ନମାନର ପୋଷାକ ବିତରଣକୁ ନେଇ ହରିପୁର ସ୍କୁଲରେ ଉତ୍ତେଜନା

BJD Bijuli 480×75 Mob
0

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ପ୍ରତାପପୁର ପଞ୍ଚାୟତହରିପୁର ଉନ୍ନୀତ ଉପ୍ରା ବିଦ୍ୟାଳୟର  ପିଲାମାନଙ୍କ ନିମନ୍ତେ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ଅନ୍ୟ ସଦସ୍ୟଙ୍କ ଅଗୋଚରରେ ନିମ୍ନମାନର ପୋଷାକ ଓ ଜୋତାକୁ ସ୍କୁଲ ପରିଚାଳନା କମିଟିର ଚେୟାରମେନ ବିତରଣ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପୋଷାକ ଓ ଜୋତା ଫେରାଇ ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। 

 

ପରିଚାଳନା କମିଟିର ଚେୟାରମେନ ସୁରଥ ବଧୁକ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଦୁଇ ହଳ ପୋଷାକ, ହଳେ ଲେଖାଏଁ ଜୋତା ଓ ମୋଜା ପ୍ରଦାନ କରିବା ପାଇଁ ସ୍କୁଲକୁ ଆଣିଥିଲେ। ମାତ୍ର ସେହି ଜିନିଷ ଗୁଡିକର ମାନ ଅତି ନିମ୍ନମାନର ହୋଇଥିବା ଖବର ପ୍ରଚାରିତ ହେବା ପରେ ଗ୍ରାମର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚ ପୋଷାକ ଓ ଜୋତା ଗୁଡିକ ଦେଖି ପାଟିତୁଣ୍ଡ କରିଥିଲେ। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନଜଣାଇ ମନମୁଖି ଭାବେ ଏପରି ଜିନିଷକୁ କିଣିଥିବାରୁ ଅଭିଭାବକମାନେ କାରଣ ପଚାରିଥିଲେ। ସ୍କୁଲ ଖୋଲିବା ପାଖରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ପରେ ଉନ୍ନତ ମାନର ପୋଷାକ ଓ ଜୋତା କିଣାଯାଇ ପିଲାଙ୍କୁ ପ୍ରଦାନ ନିଷ୍ପତ୍ତି ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

Leave A Reply