www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ; ଜଣେ ମୃତ , ୨ ଗୁରୁତର

ବଡ଼ସାହି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ତେନ୍ତୁଳିଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତଙ୍କ ଢ଼େଙ୍ଗା ମାଡ଼ରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରବୀନ୍ଦ୍ର ଦେହୁରୀ(୬୫)। ଘଟଣା ଘଟିଛି ଶନିବାର ରାତିରେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପରିବାର ବର୍ଗ ଓ କିଛି ଗ୍ରାମଲୋକଙ୍କ ପ୍ରତିଆକ୍ରମଣରେ ୨ଜଣ ଅଭିଯୁକ୍ତ ଗୁରୁତର ଆହାତ ହୋଇଛନ୍ତି। ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଗୁରୁତରଙ୍କୁ ଉଦଳା ଡ଼ାକ୍ତରଖାନାକୁ ପଠାଇଛନ୍ତି। ରବିବାର ବେତନଟୀ ଏସଡ଼ିପିଓ ସଦଳବଳେ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଘଟଣାରୁ ପ୍ରକାଶ ଯେ, ନିହତ ଜଣଙ୍କ ତେନ୍ତୁଳିଗାଁ ହାଟପଡ଼ିଆ ପାଖରେ ଘର କରି ରହୁଛନ୍ତି। ଗାଁ ପୋଖରୀ ନିଲାମକୁ ନେଇ ଆକ୍ରମଣକାରୀଙ୍କ ମଧ୍ୟରେ ତାଙ୍କର ଶତ୍ରୁତା ରହିଥିଲା। କରୋନା କଟକଣା ପାଇଁ ଗାଁ ରଜ ହାଟ ସମୟ ପରିବର୍ତ୍ତନକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଶନିବାର ସକାଳେ କୁଆଡ଼େ ବଚସା ହୋଇଥିଲା। ପରେ ସନ୍ଧ୍ୟା ସମୟରେ ରବୀନ୍ଦ୍ର ଗାଁ ଘରୁ ଖାଇବା ନେଇ ନିଜର ଟିଭିଏସ ମୋଫେଡ଼ ଯୋଗେ ହାଟପଡ଼ିଆ ଘରକୁ ଆସୁଥିବା ବେଳେ ପୂର୍ବରୁ ଜଗିଥିବା ଗ୍ରାମର ଦିଲ୍ଲିପ ଜେନା(୬୫), ତାଙ୍କ ପୁଅ ବିଟୁ ଓରଫ ଗୋଲକ ବିହାରୀ ଓ ସନ ସିଂଙ୍କ ପୁଅ ରବି(୨୫) ମିଳିତ ଆକ୍ରମଣ କରିଥିଲେ। ବାଡ଼ରୁ ବାଉଁଶ ବଲା ଉପାଡ଼ି ରବୀନ୍ଦ୍ରଙ୍କୁ ମାଢ଼େଇବାରୁ ତାଙ୍କର ମୁଣ୍ଡଫାଟି ପ୍ରଚୁର ରକ୍ତ ସ୍ରାବ ପରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ୩ଅଭିଯୁକ୍ତଙ୍କ ନାମରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରିଛି। ଅପରପକ୍ଷରେ ରବୀନ୍ଦ୍ର ନିହତ ଖବର ଜଣାପଡ଼ିବା ପରେ ତାଙ୍କ ପରିବାର ଓ କିଛି ଗ୍ରାମବାସୀ କୁଆଡ଼େ ଅଭିଯୁକ୍ତ ଦିଲ୍ଲିପ ଓ ରବିଙ୍କୁ ନିର୍ଘାତ ମାଡ଼ ମାରଥିଲେ। ଗୁରୁତର ଆହାତ ଅବସ୍ଥାରେ ସେମାନଙ୍କୁ ପୁଲିସ୍‍ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଛି। ଅନ୍ୟଜଣେ ଅଭିଯୁକ୍ତ ଗୋଲକବିହାରୀ ଫେରାର ଥିବା ବେଳେ ଗ୍ରାମରୁ ଆଉ କିଛି ଲୋକ ଫେରାର ରହିଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

- Advertisement -

 

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories