କାଳବୈଶାଖୀ ଓ ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର, ବିଦ୍ୟୁତ ସେବାରୁ ବଞ୍ଚିତ ବଡ଼ମ୍ବା ‘ଦାଣ୍ଡଖୁମ୍ବ’ ଗ୍ରାମବାସୀ

ବଡ଼ମ୍ବା : ବଡ଼ମ୍ବା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୯ କିମି ଦୂରରେ ବଡକମ୍ବିଲୋ ପଞ୍ଚାୟତର ଦାଣ୍ଡଖୁମ୍ବ ଗାଁ। ଜଙ୍ଗଲ ପାଶ୍ବବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ରୁହନ୍ତି ପାଖାପାଖି ୨୬ ଟି ପରିବାର । ଗତ ପ୍ରାୟ ୨୦ ଦିନ ହେବ ଏହି ନିରିହ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ଯେ କାଳଚୈଶାଖୀ ଓ ବଜ୍ରପାତରେ ଉକ୍ତ ଗାଁ ପାଇଁ ଉଦିଷ୍ଟ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଗ୍ରାମବାସୀଙ୍କଠୁ ପ୍ରକାଶ। ଜଙ୍ଗଲ ପାଖ ଉପାନ୍ତ ଗ୍ରାମ ହୋଇଥିବାରୁ ଅନ୍ଧକାରାଛନ୍ନ ରାତିରେ ହାତୀର ଭୟ ଏବଂ ଦିନ ବେଳା ପ୍ରଚଣ୍ତ ଗ୍ରୀଷ୍ମର ତାତିରେ ଗାଁ ଲୋକ କଲବଲ ହେଉଥିବା ଅଭିଯୋଗ କରିଛନ୍ତି।

prayash

ଅପରପକ୍ଷରେ ଅସହ୍ୟ ଗରମ ଗୁଳୁଗୁଳି, ହାତୀ ଉପଦ୍ରବ ଭୟ ତଥା ଡିବିରି ଆଲୁଅରେ ପିଲା ପାଠ ପଢୁଥିବା ବେଳେ ଏହି ଉପାନ୍ତ ଅଞ୍ଚଳର ସମସ୍ୟା ସୁଧାରିବା ନେଇ ବିଦ୍ୟୁତ୍‌ ବିଭାଗର ତତ୍ପରତା ନଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ବିଦ୍ୟୁତ୍‌ ଦେୟ ବାବଦକୁ ଥିବା ବକେୟା ପ୍ରାପ୍ୟ ପୈଠ କରାଯିବା ପରେ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଶକ୍ତି ବିଭାଗ ଅଧିକାରୀ କହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ରାଜ୍ୟ ଶକ୍ତି ବିଭାଗ ନିରବଛିନ୍ନ ବିଦ୍ୟୁତସେବା ଯୋଗାଇଦେବା କଥା କହି ଡିଣ୍ଡିମ ପିଟୁଥିବା ବେଳେ କଟକ ଜିଲା ବଡ଼ମ୍ବା ବ୍ଲକର ଏହି ନଗ୍ନ ଉଦାହରଣ ଏହାର ବ୍ୟତିକ୍ରମ ବୋଲି ସାଧାରଣରେ ମନେହୁଏ। ସ୍ଥାନୀୟ ବିଜେପି ନେତା ବିଜୟ କୁମାର ଦଳବେହେରା ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗ୍ରାମବାସୀଙ୍କୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇଦେବାକୁ ଦାବି କରିଛନ୍ତି।

kalyan agarbati

Comments are closed.