ବୟୋବୃଦ୍ଧଙ୍କ ଶାରିରୀକ ଓ ମାନସିକ ସମସ୍ୟା ନିମନ୍ତେ ଯୋଗାଭ୍ୟାସ ଏକ ନିତ୍ୟକର୍ମ
ବଡ଼ମ୍ବା : ସମୟକ୍ରମେ ମନୁଷ୍ୟ ବୟୋବୃଦ୍ଧ ହୁଏ ଏବଂ ଏହି ସମୟରେ ଉପୁଜୁଥିବା ଶାରିରୀକ ଓ ମାନସିକ ସମସ୍ୟାର ଉପଚାର ନିମନ୍ତେ ଯୋଗାଭ୍ୟାସ ଏକ ନିତ୍ୟକର୍ମ ବୋଲି ଅଭିଜ୍ଞମାନେ ଅନୁଷ୍ଠିତ ଏକ ବନ୍ଧୁମିଳନରେ ମତପୋଷଣ କରିଛନ୍ତି। ମା ଭଟ୍ଟାରିକାଙ୍କ ପୀଠରେ କୋଭିଡ କଟକଣା କାରଣରୁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ରବିବାର ଏକାଠି ହୋଇଥିଲେ ବଡ଼ମ୍ବା ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ୧୯୬୮ ମସିହା ମାଟ୍ରିକ ବ୍ୟାଚର ସହପାଠୀ ବନ୍ଧୁମାନେ। ଡାକ୍ତର କାଶିନାଥ ମାନସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ବୈଠକରେ ସେବାନିବୃତ୍ତ ଭାରତୀୟ ବନସେବା ଅଧିକାରୀ ଲକ୍ଷ୍ମୀକାନ୍ତ ଦାଶ ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନିତ ବକ୍ତାଭାବେ ସହପାଠୀ ବନ୍ଧୁ ତଥା ପ୍ରାକ୍ତନ ଜାତୀୟ ଫଟବଲ ଖେଳାଳୀ ଦେବୀ ପ୍ରସାଦ ପଟ୍ଟନାୟକ, ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ ବରିଷ୍ଠ ଆଇନଜୀବୀ ସତ୍ୟବାଦୀ ମନ୍ତ୍ରୀ, ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ବିଜ୍ଞାନ ବିଶେଷଜ୍ଞ ଫକୀର ଚରଣ ସ୍ୱାଇଁ ପ୍ରମୁଖ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଉକ୍ତ ସଭାରେ ଯୋଗ ଏବଂ ପ୍ରାଣାୟାମର ଉପକାରିତା ସମ୍ବଦ୍ଧରେ ଛାତ୍ରବନ୍ଧୁଙ୍କୁ ଅବଗତ କରାଇଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ଭଟ୍ଟାରିକାଙ୍କ ଉଦେଶ୍ୟରେ ସମସ୍ତ ସହପାଠୀ ବନ୍ଧୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ପରେରେ ଦିବଗଂତ ୧୨ଜଣ ସହପାଠୀଙ୍କ ଅମର ଅତ୍ମା ପ୍ରତି ଶ୍ରଦ୍ଧାସୁମନ ଜଣାଇ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଛାତ୍ରବନ୍ଧୁମାନେ ସେମାନଙ୍କ କର୍ମମୟ ଜୀବନ, ପରିବାର ତଥା ସ୍କୁଲ ଜୀବନର କିଛି ଅଭୁଲା ସ୍ମୃତିକୁ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ସେବାନିବୃତ୍ତ ପ୍ରାଧ୍ୟାପକ ନବକିଶୋର ସାହୁ,ପ୍ରାଧ୍ୟାପକ ସୁରେଶ କୁମାର ମିଶ୍ର , ସେବାନିବୃତ୍ତ ସୈନିକ ଶ୍ୟାମା କିଶୋର ମହାନ୍ତି, ସମବାୟବିତ୍ ପ୍ରମୋଦ କୁମାର ତରାସିଆ ପ୍ରମୁଖ ବଡ଼ମ୍ବାର ବିଭିନ୍ନ ଅଞ୍ଚଳର ୧ ୯୬୮ ମିସହାର ମାଟ୍ରିକ ସହପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଦୀର୍ଘ ପ୍ରାୟ ୫୩ବର୍ଷ ପରେ ଏକାଠି ହୋଇପାରିଥିବାରୁ ଶେଷରେ ଛାତ୍ରସାଥୀ ଅବସରପ୍ରାପ୍ତ ଶିକ୍ଷାବିତ ଶୁଭେନ୍ଦୁ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.