www.samajalive.in
Monday, December 15, 2025
24.1 C
Bhubaneswar

ଉଗ୍ର ରାଷ୍ଟ୍ରବାଦ ନୁହେଁ ; ଅହିଂସା ନୀତି ଶ୍ରେଷ୍ଠ ଗଣତନ୍ତ୍ର ଭାରତର ଆଦର୍ଶ

ବଡ଼ମ୍ବା :  ବିଶ୍ୱ ଜନସମୁହ ଆଜି ଅତିଷ୍ଠ ବିକଶିତ ଦେଶ ଗୁଡ଼ିକର ଉଗ୍ର ରାଷ୍ଟ୍ରବାଦ ନୀତିରେ ! ଏହି ପରିପ୍ରେକ୍ଷୀରେ କେବଳ ମାତ୍ର ଅହିଂସା ମାର୍ଗରେ ତିଷ୍ଠି ରହିଛି ବିଶ୍ୱର ସର୍ବଶ୍ରେଷ୍ଠ ଗଣତନ୍ତ୍ର ଭାରତ ବୋଲି ଅହିଂସା ରଥକୁ ସ୍ୱାଗତ କରିବା ଅବସରରେ ଅତିଥିମାନେ ମତପୋଷଣ କରିଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଏବଂ ଆଜାଦୀ କା  ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟବ୍ୟାପି ଗଡ଼ୁଥିବା ଅହିଂସା ରଥ ଶନିବାର ବଡ଼ମ୍ବା ବ୍ଲକରେ ପହଞ୍ଚିଥିଲା । ବ୍ଲକର ବିଭିନ୍ନ ପ୍ରମୁଖ ଛକରେ ଅହିଂସା ରଥକୁ ନାଗରିକ, ବିଭିନ୍ନ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତ୍ୟେକ୍ଷଭାବେ ଏହି ରଥ ସହିତ ପଦଯାତ୍ରା ପୂର୍ବକ ଜନସାଧାରଣଙ୍କୁ ଗାନ୍ଧିଙ୍କ ଏହି ଅନନ୍ୟ ଆଦର୍ଶ ଅହିଂସା ମାର୍ଗରେ ସମସ୍ତେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ। ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ କଟକ ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଭ୍ୟ ରବିନ୍ଦ୍ରକୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି,ସ୍ୱୟଂସହାୟକ ଗୋଷ୍ଠିର ମାତୃମଣ୍ଡଳୀ, ବ୍ଲକ କଳା ଓ ସଂସ୍କୃତି ସଂଘର କଳାକାରମାନେ ସଂକୀର୍ତ୍ତନ, ହୁଳହୁଳି ଏବଂ ଭାରତମାତା କୀ ଜୟ ଓ ମହାତ୍ମା ଗାନ୍ଧି ଅମର ରହେ ଧ୍ୱନିରେ ଅହିଂସା ରଥକୁ ସ୍ୱାଗତ କରିଥିଲେ। ବ୍ଲକ ଅନ୍ତର୍ଗତ ରତାପାଟ, ଗୋପାଳପୁର, କୃଷ୍ନଚନ୍ଦ୍ରପୁର, ଗୋପପୁର, ଭଟ୍ଟାରିକା, ସୁନାପାଳ,ବଡ଼ମ୍ବାର ରାଜା ନାରାୟଣ ଚନ୍ଦ୍ର ହାଟ ସମେତ ବ୍ଲକ ଅନ୍ତର୍ଗତ ପ୍ରମୁଖ ଛକମାନଙ୍କରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ବଡ଼ମ୍ବା ଗାନ୍ଧିଛକରେ ଉକ୍ତ ରଥକୁ ସ୍ଥାନୀୟ ଅଧିବାସୀ ସ୍ୱାଗତ କରିଥିବା ବେଳେ ସେଠାରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ବାପୁଜୀଙ୍କୁ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରୁ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ.. ଗୀତରେ ବିଶାଳ ପଦଯାତ୍ରା ସହିତ ଆହିଂସା ରଥ ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ ଏବଂ ବ୍ଲକ କର୍ମଚାରୀ ସମୁହ ଏହି ରଥକୁ ସ୍ୱାଗତ ଜଣାଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସଚେତନ ସଭା କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର, ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ବଡ଼ମ୍ବାର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବ୍ରଜବନ୍ଧୁ ଦାଶ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶ ଓ ଅହିଂସା ନୀତିର ପ୍ରାସଙ୍ଗିକତା ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ବେହେରା, ଜିଲାପରିଷଦ ଶ୍ରୀ ସାହୁଙ୍କ ସମେତ ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି ମନୋରଞ୍ଜନ ମହାନ୍ତି, ଜିଲାପରିଷଦ ସଦସ୍ୟା ନୟନା ସାହୁ, ନିଜିଗଡ଼ ବଡ଼ମ୍ବା ପଞ୍ଚାୟତ ସମିତି ସଭ୍ୟା ଗୋଲାପ ସାହୁ ପ୍ରମୁଖ ଅହିଂସା ରଥକୁ ସ୍ୱାଗତ କରାଯିବା ଅବସରରେ ଅନୁଷ୍ଠିତ ଏହି ସଚେତନ ସଭାରେ ନିଜ ନିଜର ଶୁଭେଛା ପ୍ରଦାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ,ବ୍ଲକ ସିଡିପିଓ ପ୍ରମିଳା ଦେଈ, ଜୀବିକା ମିଶନ ପରିଚାଳିକା ମୋନାଲିସା ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାର ଶେଷରେ ଏବିଡିଓ ଯାଜ୍ଞସେନୀ ଗୋଛାୟତ କାର୍ଯ୍ୟକ୍ରମର ସଫଳତା ନିମିତ ସମସ୍ତଙ୍କ ସହଯୋଗ ଲାଗି ଧନ୍ୟବାଦ ପ୍ରଦାନ କରିଥିଲେ । ପରେ ପରେ ଏହି ରଥ ଗଡ଼ାପୋଖରୀ, ସାନବାରସିଂହ, ବଡ଼ବାରସିଂହ ହୋଇ ମାଣିଆବନ୍ଧ ଅଭିମୁଖେ ଯାତ୍ରା କରିଥିଲା।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories