www.samajalive.in
Monday, December 15, 2025
24.1 C
Bhubaneswar

କାଦୁଅ ପଚ ପଚ ଗ୍ରାମ୍ୟ ରାସ୍ତା, ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଲୋକେ

ପାଟଣା : ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ଆଜି ବି ବହୁ ଗ୍ରାମ ସଡ଼କ ଯୋଜନାଠାରୁ ବହୁ ଦୂର ରହିଛି । ଏପଟେ ରାଜ୍ୟ ସରକାର ସଡ଼କ ଯୋଜନାକୁ ନେଇ ଡିଙ୍ଗୁରା ପିଟୁଥିବା ବେଳେ ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ କୁମୁଡ଼ାବାହାଳି ବୁରୁସାହି-ରାଜାଭାଡ଼ି ରାସ୍ତା ଖାଲ ସହିତ କାଦୁଅ ପଚ ପଚ ହୋଇ ରହିଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇ ପଡୁଛି । ଗ୍ରାମବାସୀ ମାନେ ଏପରି ଶୋଚନୀୟ ଅବସ୍ଥାରେ ଥିବା ନଦେଖିଲେ ବିଶ୍ୱାସ ହେବନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ କୁମୁଡ଼ାବାହାଲି ବୁରୁସାହି ରାଜାଭାଡ଼ି ସାହିରେ । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରନ୍ତି । ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ତିନିଚକିଆ କିମ୍ବା ଚାରି ଚକିଆ ଗାଡି ମଧ୍ୟ ଯାଇପାରୁ ନାହିଁ । ଏହି ରାସ୍ତାରେ ଯାତାୟାତ ପାଇଁ ଘୋର ଅସୁବିଧା ସୃଷ୍ଟି ହେଉଥିବାରୁ ଏଥି ପ୍ରତି ପ୍ରଶାସନ ତୁରନ୍ତ ଦୁଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories